ସେଇଭଳି ଏଠାରେ ପାକଣାପାଟ ପାହାଡ଼ ଉପରେ ହେଉଥିବା ଜାନ୍ତାଳ ପୂଜା ବେଶ ପ୍ରସିଦ୍ଧ । ପ୍ରାୟ ୧୭୦୦ ମସିହାରୁ ଏହି ପରମ୍ପରା ପାଳିତ ହୋଇ ଆସୁଛି । ଏହି ପୂଜା ପ୍ରତ୍ୟେକ ବର୍ଷ କରମ ଏକାଦଶୀ ତିଥିରୁ ଆରମ୍ଭ ହୋଇଥାଏ ଯାହା ୩ ଦିନ ଯାଏ ପାଳନ କରାଯାଏ । ଏହା ଆଦିବାସୀମାନଙ୍କର ଏକ ପ୍ରମୁଖ ପୂଜା ହୋଇଥିବା ବେଳେ ପୀଠରେ କେବଳ ଭୂମିଜ ସମ୍ପ୍ରଦାୟର ଦେହୁରୀମାନେ ପୂଜାର୍ଚ୍ଚନା କରିବାର ବିଧି ରହିଛି ।
ଏହି ପୂଜାର ସ୍ବତନ୍ତ୍ରତା ହେଉଛି ଆଦିବାସୀମାନେ ନୂତନ ଭାବେ ଅମଳ କରିଥିବା ଫସଲକୁ ଏହି ପୀଠରେ ପ୍ରଥମେ ଭୋଗ କରିଥାନ୍ତି । ବିଶ୍ବାସ ରହିଛି ସର୍ବ ପ୍ରଥମେ ଠାକୁରଙ୍କ ନିକଟରେ ଭୋଗ ଲଗାଇଲେ ତାଙ୍କର ବର୍ଷ ସାରା ଅମଳ ଭଲ ହୋଇଥାଏ । ସମାଜରେ ବଳି ପ୍ରଥା ବନ୍ଦ ହୋଇ ଯାଇଥିବା ବେଳେ ଆଜି ବି ଏହି ପୀଠରେ ବଳି ପଡ଼ିଥାଏ । କିଛି ମାନସିକ ଧାରୀମାନେ ନିଜ ତଥା ପରିବାରର ମଙ୍ଗଳ କାମନା କରି କୁକୁଡା, ବତକ ଓ ଛେଳି ଇତ୍ୟାଦି ଅର୍ପଣ କରିଥାନ୍ତି ।
ପାହାଡ଼ ଗୁମ୍ଫାରେ ଥିବା ନୃସିଂହ ଠାକୁରଙ୍କ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା ପାଇଁ ଓଡ଼ିଶା ରାଜ୍ୟ ସମେତ ବିହାର, ଝାଡ଼ଖଣ୍ଡ, ପଶ୍ଚିମ ବଙ୍ଗରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥାଏ । ହେଲେ ଏଠାରେ ଭକ୍ତମାନଙ୍କ ପାଇଁ ମୌଳିତ ସୁବିଧା ସୁଯୋଗ ପାଇବିରୁ ବଞ୍ଚିତ ହେଉଛନ୍ତି । ଯାହା ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।