ଗ୍ରାମଟି ବଣ ପାହାଡରେ ହୋଇ ଥିବାରୁ ଗୁରୁବାର ସକାଳେ ଗ୍ରାମ ଲୋକ ଓ ସରପଞ୍ଚଙ୍କୁ ଜଣାଇବା ପରେ ଗ୍ରାମ ଲୋକମାନେ ଜାଣିଲେ ଓ ମହୁଲଡିହା ଥାନାକୁ ଖବର ଦେବାକୁ ଯାଇଥିଲେ । କୌଣସି ଦୁର୍ବୃତ୍ତ ରୋଷେଇ ଘର ଭିତରେ ମୁଣ୍ଡରେ ଶକ୍ତ ଆଘାତ ଦେଇ ଥିବାରୁ ରକ୍ତ ବୋହିଯାଇ କଳା ପଡ଼ିଯାଇଛି । ଘରଟି ନିଛାଟିଆ ରହିଥିବାରୁ କେହି ଜାଣି ପାରିନାହାନ୍ତି । ଖବର ପାଇ ମହୁଲଡିହା ଥାନା ଆଇଆଇସି ରଞ୍ଜୁ ହାସିନ କୁଲୁ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ଘରେ ସ୍ୱାମୀ ନଥିବା ଅବସ୍ଥାରେ ବୃଦ୍ଧାଙ୍କୁ ହତ୍ୟା

ଅର୍ଗସ ବ୍ୟୁରୋ : ମୟୁରଭଞ୍ଜ ଜିଲ୍ଲା ମହୁଲଡ଼ିହା ଥାନା ଭାଲିଆଡାଳ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବଉଳା ଗାଁରେ ସ୍ୱାମୀ ନଥିବା ଅବସ୍ଥାରେ ବୃଦ୍ଧାଙ୍କୁ ହତ୍ୟା । ମୃତ 62 ବର୍ଷୀୟ ସୁନେଇ ପୂର୍ତ୍ତି ସ୍ୱାମୀ ଜୟରାମ ପୂର୍ତ୍ତି ଘରେ ଦୁଇଜଣ ଆରାମରେ ରହୁଥିଲେ । ମଙ୍ଗଳବାର ଦିନ ଜୟରାମ ଭାଲିଆଡାଳ ଗ୍ରାମକୁ ଲକ୍ଷ୍ମୀ ପୂଜା ଦେଖିବାକୁ ଆସି ବୁଧବାର ରାତିରେ ଘରକୁ ଫେରି ସ୍ତ୍ରୀକୁ ତଳେ ପଡିଥିବାର ଦେଖି ମର୍ମାହତ ହୋଇ ପଡ଼ିଥିଲେ ।
Download Argus News App
