ମୟୂରଭଞ୍ଜ: ନିଜ ପରିବାର ପେଟରେ ମୁଠାଏ ଦାନା ଓ ଦେହକୁ କନା ଦେବା ପାଇଁ ଖରା ବର୍ଷାକୁ ଖାତିର ନ କରି କେନ୍ଦୁପତ୍ର ତୋଳି ଶୁଖାଇ ବିକ୍ରୀ କରିଥାନ୍ତି କେନ୍ଦୁପତ୍ର ତୋଳାଳୀମାନେ । କିନ୍ତୁ ଅନ୍ୟ ଜିଲ୍ଲାରେ କେନ୍ଦୁପତ୍ରର ସରକାରୀ ସ୍ତରରେ କିଣିବା ପାଇଁ ଫଡିର ବ୍ୟବସ୍ଥା ଥିବାବେଳେ ତଥା କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ସରକାରୀ ସହାୟତାର ବ୍ୟବସ୍ଥା ଅଛି । କିନ୍ତୁ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ଚାରୋଟି ବ୍ଲକ ଶୁଳିଆପଦା, ମୋରଡ଼ା, କୁଳିଅଁଳା, ରାସଗୋବନ୍ଦପୁର ରେ ପ୍ରାୟ ୨୨ହଜାର କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ କୌଣସି ସରକାରୀ ବ୍ୟବସ୍ଥା ନାହିଁ । ସରକାରୀ ସ୍ତରରେ କେନ୍ଦୁପତ୍ର ଫଡ଼ି ନାହିଁ କିମ୍ବା କିଣିବାର କୌଣସି ବ୍ୟବସ୍ଥା ନ ଥିବାରୁ ଉଚିତ୍ ମୂଲ୍ୟ ପାଉନାହାନ୍ତି କେନ୍ଦୁପତ୍ର ତୋଳାଳୀ।
୧୯୭୧-୭୨ ମସିହାରେ ସରକାର କେନ୍ଦୁପତ୍ର କିଣିବା ପାଇଁ ଏହିସବୁ ବ୍ଲକରେ ସରକାରୀ ଫଡ଼ି ଖୋଲିଥିଲେ । ସେଥିମଧ୍ୟରୁ କେବଳ ଶୁଳିଆପଦା ବ୍ଲକରେ ୧୧ଟି ଫୋଡ଼ି ଖୋଲାଯାଇଥିଲା । କାରଣ ଶୁଳିଆପଦା ବ୍ଲକରେ କେନ୍ଦୁପତ୍ର ତୋଳାଳୀଙ୍କ ସଂଖ୍ୟା ୧୨ ହଜାରରୁ ଉର୍ଦ୍ଧ୍ୱ ଥିଲା । ସରକାରୀ ଫଡ଼ିରେ ଲୋକେ କେନ୍ଦୁପତ୍ର ବିକ୍ରି କରି ପରିବାର ଚଳାଉଥିଲେ । କିନ୍ତୁ କିଛି ବର୍ଷ କିଣିବା ପରେ ହଠାତ୍ ସରକାର ୪ଟି ବ୍ଲକରେ ଫଡ଼ି ବନ୍ଦ କରିଦେଲେ । ସରକାରଙ୍କ ପାତରଅନ୍ତର ନୀତି ଯୋଗୁଁ ୨୨ହାଜର କେନ୍ଦୁ ପତ୍ର ତୋଳାଳୀ ଆଜି ରୋଜଗାର ହରାଇବାକୁ ବସିଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...