ହତ୍ୟାକାରୀକୁ ସାଙ୍ଗରେ ନେଇ ମୃତଦେହ ନିକଟରେ ପହଞ୍ଚିଛି ପୋଲିସ। ମଥୁରା ସାହିର ଲାଛୁ ବିରୁଆଙ୍କ ସ୍ତ୍ରୀ କାଇରି ବିରୁଆ ନଭେମ୍ବର ୧୧ ତାରିଖରେ ହାଟକୁ ଯାଇଥିବା ବେଳେ ଘର ନିକଟରେ ୪ଜଣ ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିଥିଲେ। ଏବଂ ରାତି ଅଧିଆ ତାଙ୍କୁ ତିରିଙ୍ଗବୁରୁ ପାହାଡ ଖୋଲରେ ଫିଙ୍ଗି ଦେଇଥିଲେ। ଜମିଜମା ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି। ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।
ପୋଲିସ ୪ ଜଣ ହତ୍ୟାକାରୀକୁ ଗିରଫ କରିଛି

ଅର୍ଗସ ବ୍ୟୁରୋ : ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ସାଲେଇବେଡା ଗ୍ରାମ ପଞ୍ଚାୟତର ମଥୁରା ସାହିରେ ଜଘନ୍ୟ ହତ୍ୟାକାଣ୍ଡର ପର୍ଦାଫାଶ କରିଛି ଠାକୁରମୁଣ୍ଡା ଥାନା ପୋଲିସ । ପୋଲିସ ୪ ଜଣ ହତ୍ୟାକାରୀକୁ ଗିରଫ କରିଛି ।
Download Argus News App
