Headlines 11Am
କୋରାପୁଟ: ସ୍ୱାସ୍ଥ୍ୟ ହିଁ ସମ୍ପଦ । କିନ୍ତୁ, ଚିକିତ୍ସାଳୟର ଅବସ୍ଥା ବେଶ ଶୋଚନୀୟ ହୋଇପଡିଛି । ଯାହାକୁ ଦେଖିଲେ ହିଁ ଆପଣ ବିଶ୍ୱାସ କରିପାରିବେ । କୋରାପୁଟ ଜିଲ୍ଲା ଜୟପୁର ସହରର ମୁଖ୍ୟ ଚିକିତ୍ସାଳୟ ଅବସ୍ଥା ବେଶ ଶୋଚନୀୟ ରହିଛି । ଦୀର୍ଘ ୨ ବର୍ଷ ହେଲା ଏହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଅବହେଳା ଏବଂ ପ୍ରଶାସନର ଅବହେଳା ଯୋଗୁଁ ଏବେ ଏହା ଅଳିଆଗଦାରେ ପାଲଟିଛି । ଏଭଳି ଅବସ୍ଥା ଦେଖିବାକୁ ମିଳିଛି ଜୟପୁର ବ୍ଲକ ଫାମ୍ପୁଣୀ ପଞ୍ଚାୟତର, ରାବଣାଗୁଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ।
ଯାହାକୁ ଗ୍ରାମବାସୀ ପୁନଃ ଉଦ୍ଧାର ପାଇଁ ପ୍ରଶାସନ ନିକଟରେ ଅନେକ ଥର କହିବା ସତ୍ତ୍ୱେ ପ୍ରଶାସନ ଏଥି ପ୍ରତି ନଜର ଦେଉ ନଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ।