ମାତ୍ର ସେମାନେ ରାସ୍ତାରେ କିଛି ଭ୍ୟାକସିନ୍ ବିକ୍ରି କରିଦେଇଥିଲେ। ୧୨୦ଟି ଟିକାକୁ ୧୨ ଟି ଭଏଲରେ ନିଆଯାଇଥିଲା। ଟୀକାକରଣ ହେବାକୁ ଥିବା ଗାଁରେ ପହଞ୍ଚି ଦେଖିଲା ବେଳକୁ ଗୋଟିଏ ଭଏଲ ଫାଙ୍କା ଥିଲା। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା।
ସ୍ଥାନୀୟ ଲୋକେ ଏ ସଂପର୍କରେ ମେଡିକାଲ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ମେଡିକାଲ ଅଧିକାରୀ ପ୍ରଭାତ ନାୟକ ଘଟଣା ସଂପର୍କରେ ଅବଗତ ହେବାପରେ ତଦନ୍ତ ପାଇଁ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କୁ ଜଣାଇବେ ବୋଲି କହିଛନ୍ତି।