ଆଉ ରାଜ୍ୟ ବାହାରର କଂପାନି ବାୟୋସେନ୍ସ ଟେକ୍ନୋଲୋଜି ଏଲ-୧ରେ ଏହି ଟେଣ୍ଡରକୁ ହାତେଇଥିଲା । ଟେଣ଼୍ଡର ଅନୁଯାୟୀ ଗୋଟିଏ ଷ୍ଟ୍ରିପର ମୂଲ୍ୟ ହେଉଛି ୧୨ଟଙ୍କା । ମାତ୍ର ୨୦୨୧ରେ ପୁଣି ଥରେ ଡକାଯାଇଥିବା ଟେଣ୍ଡରରେ ସମାନ କମ୍ପାନୀକୁ ଗୋଟିଏ ଷ୍ଟ୍ରିପ ବାବଦକୁ ୧୭ ଟଙ୍କା ଦେଇଛି ଔଷଧ ନିଗମ । ଯେତେବେଳେ କି ସେହି ସମାନ କମ୍ପାନୀ ରାଜସ୍ଥାନର ସରକାର ଡାକିଥିବା ଟେଣ୍ଡରରେ ୧୦ ଟଙ୍କାରୁ କମ୍ ଦରରେ ଯୋଗାଣ ପାଇଁ ଆଗ୍ରହ ଦେଖାଇଥିବା ତଥ୍ୟ ସାମ୍ନାକୁ ଆସିଛି । ରାଜ୍ୟ ସରକାରଙ୍କ ଅଧିକାରୀମାନେ ଏକଥା ଜାଣିପାରିଲେ ନାହିଁ ନା ଜାଣି ଅଜଣା ରହିଲେ ତାକୁ ନେଇ ପ୍ରଶ୍ନ ଉଠିଥିବା ସ୍ବାସ୍ଥ୍ୟ ବିଭାଗକୁ କାଠଗଡାକୁ ଟାଣିଛନ୍ତି ବିରୋଧୀ ।
ସବୁଠୁ ସାଙ୍ଘାତିକ କଥା ହେଉଛି ଔଷଧ ନିଗମର ଟେଣ୍ଡର ପାଇଥିବା କମ୍ପାନିକୁ ମାର୍ଚ ୩, ୨୦୨୦ ରେ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ ବା ସିଡିଏସ୍ସିଓ ପକ୍ଷରୁ ମାନୁଫାକ୍ଚରିଂ ଲାଇସେନ୍ସ ଦିଆଯାଇଛି । କିନ୍ତୁ ଲାଇସେନ୍ସ ପାଇବା ପୂର୍ବରୁ ରାଜ୍ୟ ଔଷଧ ନିଗମ ଜାନୁଆରି ମାସରୁ ଉକ୍ତ କମ୍ପାନି ସହିତ ଏସବୁ ସାମଗ୍ରୀ ଯୋଗାଇବା ଲାଗି ଚୁକ୍ତି କରିଥିଲା । ତେବେ ଉକ୍ତ କମ୍ପାନି ହିମୋଗ୍ଲୋବିନମିଟର ପ୍ରସ୍ତୁତି କରିବାର ଲାଇସେନ୍ସ ନ ଥିବା ବେଳେ ନିଗମ କିଭଳି ତାହା ସହିତ ଚୁକ୍ତି କଲା ତାକୁ ନେଇ ଔଷଧ ନିଗମ ଏବେ କାଠଗଡାରେ । ପୂର୍ବରୁ ମଧ୍ୟ କରୋନା କାଳରେ କୋଭିଡ ସାମଗ୍ରୀ କିଣା କେଳେଙ୍କାରୀକୁ ନେଇ କାଠଗଡାରେ ଛିଡା ହୋଇଥିଲା ରାଜ୍ୟ ଔଷଧ ନିଗମ ଏବଂ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।