ଯଦି ଭାରତର ନିମନ୍ତ୍ରଣ ପାକିସ୍ତାନ ସ୍ବୀକାର କରେ ତେବେ ସେ ଦେଶର ବିଦେଶମନ୍ତ୍ରୀ ବିଲାଓ୍ବାଲ ଭୁଟ୍ଟୋ ବୈଠକରେ ଯୋଗଦେବା ପାଇଁ ମେ ମାସରେ ଭାରତ ଆସିପାରନ୍ତି । ତେବେ ଜାମ୍ମୁକାଶ୍ମୀରରୁ ୩୭୦ ଧାରା ଉଛେଦ ପରେ ଭାରତ ସହିତ କୂଟନୈତିକ ସମ୍ପର୍କ ଛିନ୍ନ କରିଥିବା ପାକିସ୍ତାନ ଏଯାଏ ନିମନ୍ତ୍ରଣର କୌଣସି ଜବାବ ଦେଇନଥିବା ଜଣାପଡ଼ିଛି । ଏପରିକି ଏବେ ମୁମ୍ବାଇରେ ଅନୁଷ୍ଠିତ ହେଉଥିବା ଏସସିଓ ଫିଲ୍ମ ଫେଷ୍ଟିଭାଲରେ ମଧ୍ୟ ଯୋଗ ଦେଇ ନାହାଁନ୍ତି ପାକିସ୍ତାନୀ ସିନେନିର୍ମାତା ।
ଆସନ୍ତା ମେ ମାସରେ ଅନୁଷ୍ଠିତ ହେବ ଯାଉଛି ସାଂଘାଇ କୋଅପରେସନ୍ ଅର୍ଗାନାଇଜେସନ୍ର ବିଦେଶ ମନ୍ତ୍ରୀ ସ୍ତରୀୟ ବୈଠକ

ଅର୍ଗସ ବ୍ୟୁରୋ : ଏସସିଓ ମିଟ୍ ପାଇଁ ପାକିସ୍ତାନକୁ ଭାରତର ନିମନ୍ତ୍ରଣ । ଆସନ୍ତା ମେ ମାସରେ ଗୋଆରେ ଅନୁଷ୍ଠିତ ହେବାକୁ ଯାଉଛି ସାଂଘାଇ କୋଅପରେସନ୍ ଅର୍ଗାନାଇଜେସନ୍ର ବିଦେଶ ମନ୍ତ୍ରୀ ସ୍ତରୀୟ ବୈଠକ । ସଦସ୍ୟ ଦେଶଭାବରେ ଚଳିତ ବର୍ଷ ଭାରତ ଏହାର ଅଧ୍ୟକ୍ଷତା କରୁଛି । ଏବେଠାରୁ ଏହି ବୈଠକକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ନିୟମ ଦୃଷ୍ଟିରୁ ଭାରତ ଏସସିଓର ସଦସ୍ୟ ଦେଶ ଉଭୟ ଚୀନ ଓ ପାକିସ୍ତାନକୁ ଏଥିରେ ଯୋଗ ଦେବା ପାଇଁ ନିମନ୍ତ୍ରଣ ପଠାଇଛି ।
Download Argus News App
