ସ୍ନାନଯାତ୍ରା ପୂର୍ବଦିନ ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଦଇତାପତି ସେବକମାନଙ୍କର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା । ନୀତିକାନ୍ତି ସଠିକ୍ ସମୟରେ ସମ୍ପାଦାନ ପାଇଁ ବସିଛି ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକରେ ଜିଲ୍ଲାପାଳ, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, ଦଇତାପତି ନିଯୋଗର ସମ୍ପାଦକ ଓ ଦଇତାପତି ସେବକମାନେ ଉପସ୍ଥିତ ଅଛନ୍ତି ।
ପାଖେଇ ଆସୁଛି ଘୋଷଯାତ୍ରା। ଜୁନ୍ 20ରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଅନୁଷ୍ଠିତ ହେବ । ସେଥିପାଇଁ ରଥନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି । ତିନି ରଥର ଉପରେ ପାଞ୍ଚଦଣ୍ଡା ପଡିବା ପରେ ଆଗ ମୁହାଁଟ, ପଛ ମୁହାଁଟ, ଗୁଜ, ଯଳଯନ୍ତ୍ର ଓ ନିରାଡି ସ୍ଥାପନ ହେବା ପରେ ପୋଲ ଗୟଳ ମଧ୍ୟ ପକାଯାଇଛି। ଦେବସ୍ନାନ ପୂର୍ଣ୍ଣିମାରେ ଚାରିନାହାକା ଉଠିବାକୁ ଥିବାବେଳେ ରଥ ନିର୍ମାଣ କାର୍ଯ୍ୟ ବେଶ୍ ଅଗ୍ରଗତି ହେଉଥିବାରୁ ଆଜି ଚାରିନାହାକା ଉଠିବାର ସମ୍ଭାବନା ରହିଛି।
୪ରେ ଦେବସ୍ନାନ ପୂର୍ଣ୍ଣିମା ଥିବାବେଳେ ଜୋରସୋରରେ ଚାଲିଛି ସମସ୍ତ ପ୍ରସ୍ତୁତି। ମହାପ୍ରଭୁଙ୍କ ରଥନିର୍ମାଣ କାର୍ଯ୍ୟ ଛତିଶି ଦିନରେ ପହଞ୍ଚିଥିବା ବେଳେ ରଥଖଳାରେ ଜୋରସୋରରେ ପ୍ରସ୍ତୁତି ଚାଲିଛି। ତିନିରଥର ପାଞ୍ଚଦଣ୍ଡା ପଡିବା ପରେ ଆଗ ମୁହାଟ, ପଛ ମୁହାଟ, ଗୁଜ, ଜଳଯନ୍ତ୍ର ଓ ନିରାଡି ସଂଯୋଗ ସରିଛି। ଛନ୍ଦା ଗୟଳ କାମ ମଧ୍ୟ ତ୍ୱରାନ୍ୱିତ ହୋଇଛି । ସେପଟେ ସ୍ନାନପୂର୍ଣ୍ଣିମା ପୂର୍ବରୁ ସ୍ନାନବେଦୀ ପାଇଁ ଚାନ୍ଦୁଆ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ଅନ୍ୟପଟରେ ମହାପ୍ରଭୁଙ୍କ ପହଣ୍ଡି ପାଇଁ ସେନାପଟା, ବିଜେ ତୋଳି, ନାଡ଼ା, ମାଠ, ହାତୀ ଗଡା ଆଦି କନା ସିଲେଇ କାର୍ଯ୍ୟ ଆରମ୍ଭ ହୋଇଛି ।
ଆହୁରି ପଢନ୍ତୁ ଧର୍ମ ଓ ସଂସ୍କୃତି ଖବର...