୧୪ ତାରିଖ ୭ ଟା ପରେ ରହିପାରିବେନି ସେଠାରେ। ନିର୍ବାଚନର ୩୬ ଘଣ୍ଟା ପୂର୍ବରୁ ଲାଉଡ଼ ସ୍ପିକର ବନ୍ଦ କରାଯିବ। ସେହି ଅଞ୍ଚଳ ଖାଲି କରାଯିବ। ପ୍ରଥମ ପର୍ଯ୍ୟାୟ ୧୬ ତାରିଖରେ ୩୦ ଜିଲ୍ଲା ୭୧ ବ୍ଲକ ୨୦୦ ଜିଲ୍ଲା ପରିଷଦ,୧୬୬୯ ପଞ୍ଚାୟତ,୨୨ ହଜାର ୩୭୯. ୱାର୍ଡ ମେମ୍ବର୍ ପାଇଁ ହେବ ନିର୍ବାଚନ। ୬୭.୫୧ ଲକ୍ଷ ଭୋଟର ମତଦାନ କରିବେ ।
ପୋଲିଂ ଅଧିକାରୀ ମାନେ ୧୪ ତାରିଖ ଓ ୧୫ ତାରିଖରେ ଯିବେ। କେତେ ସମ୍ବେଦନଶୀଳ ବୁଥ ରହିଛି ଏବଂ ତାହା ଚିହ୍ନଟ ଚାଲିଛି। ସେହି ସବୁ ବୁଥରେ ଅଧିକ ପୋଲିସ ରହିବେ। ଭିଡିଓ ଗ୍ରାଫି କରାଯିବ। ଷ୍ଟ୍ରଙ୍ଗ ରୁମରେ ସିସି ଟିଭି ଲଗାଯିବ। ଯେଉଁ ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆସିଛି ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ହେଉଥିବା ସୂଚନା ଦେଇଛନ୍ତି ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢୀ।
ସେହିପରି ପୌରାଞ୍ଚଳ ପାଇଁ ଡ୍ରାଫ୍ଟ ପବ୍ଲିସ ହୋଇଛି। ରାଜନୈତିକ ଦଳଙ୍କୁ ବି ପ୍ରଦାନ କରାଯାଇଛି। ପ୍ରଥମ ଥର ପାଇଁ nota ରହିଛି। ପ୍ରଥମ ଥର ପାଇଁ ମେୟର ଓ ଚେୟାର ମ୍ୟାନ ନିର୍ବାଚନ ସିଧାସଳଖ ହେବ। ଗୋଟେ ବୁଥରେ ଦୁଇଟି ଇଭିଏମ ରହିବ। ଇଭିଏମ ଉପରେ କାଉନ୍ସିଲର ଓ କର୍ପୋରେଟରଙ୍କ ପାଇଁ ପିଙ୍କ ଓ ମେୟର ଓ ଅଧ୍ୟକ୍ଷଙ୍କ ପାଇଁ ହଳଦିଆ ରଙ୍ଗର ବ୍ୟାଲଟ ପେପର ରହିବ।