ଏଥିରେ ସବୁ କଳାକାର ମାନେ ଭିନ୍ନ ଭିନ୍ନ ଚରିତ୍ରରେ ସଜ୍ଜିତ ହୋଇ ନିଜ ନିଜର ପେଟ ପାଟଣା କଥା ସରକାରଙ୍କୁ ଜଣାଇବା ପାଇଁ ପ୍ରୟାସ କରିଛନ୍ତି । କରୋନା କାଳରେ ହଲ, ମଞ୍ଚକଳାକାର, ପଥପାନ୍ତ୍ର ନାଟକ ସବୁ ବନ୍ଦ ରହିଥିବାରୁ ରୋଜଗାର ପ୍ରଥା ବନ୍ଦ ରହିଛି । ତେଣୁ ପରିବାର ପ୍ରତିପୋଷଣ କରିବା ମୁସ୍କିଲ ହୋଇପଡ଼ିଛି । ଖୁବ ଶୀଘ୍ର ଏହି ସବୁକୁ ଅନୁମତି କରିବାକୁ ସଂଘ ପକ୍ଷରୁ ଧାରଣା ଦିଆଯାଇଛି ।