ଅର୍ଗସ ବ୍ୟୁରୋ: ମହିଳା କମିଶନ ଅଧ୍ୟକ୍ଷା ପଦରୁ ହଟିଲେ ମୀନତି ବେହେରା । ଜନତାଙ୍କ ସ୍ବାର୍ଥ ପାଇଁ ପଦରୁ ହଟାଯାଇଥିବା ମହିଳା ଶିଶୁ ବିକାଶ ବିଭାଗର ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ଏଥିସହ ମହିଳା କମିଶନଙ୍କ ନାମଫଳକକୁ କାଢି ଦିଆଯାଇଛି । ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ୨୯ ଅକ୍ଟୋବରରେ ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରାଙ୍କ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। କିନ୍ତୁ ଏହାର ଉତ୍ତର ସନ୍ତୋଷଜନକ ନଥିଲା । ୧ ନଭେମ୍ବରରେ ମୀନତି ଏହାର ଜବାବ ରଖିଥିଲେ । ଅକ୍ଟୋବର ୨୩ରେ ମହିଳା କମିଶନ ଅଧ୍ୟକ୍ଷା ଏବଂ ସଦସ୍ୟ ମାନଙ୍କୁ ସରକାର ବହିସ୍କାର କରିଥିଲେ ।