କଥା ଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏମିତି ଏକ ଜାଗା ଓଡ଼ିଶାର ବରଗଡ଼ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ପୁଟୁକା ଗାଁ ଦେଖିବାକୁ ମିଳିଛି।ଏମିତିକି ନିଜ ସ୍ୱାମୀ ସହ ବାଇକ ରେ ବସି ବାହାର କୁ ବୁଲିଯିବା କମ୍ ,ଋତୁସ୍ରାବ ରେ ବାଇକ ରେ ବସି ନଦୀ ତୁଠ କୁ ଅଧିକ ଥର ଯାଆନ୍ତି ଏ ଗାଁ ର ମହିଳା ମାନେ। ଗାଁ ରେ ପାଣି କଥା କହିଲେ ଏକ ମାତ୍ର ନଦୀ ହିଁ ଭରସା । ଆଉ ବର୍ତ୍ତମାନ ର ଜଳବାୟୁ ପରିବର୍ତ୍ତନ ପୁରୁଷ ଙ୍କ ତୁଳନା ରେ ମହିଳା ଙ୍କ ଉପରେ ଅଧିକ ପ୍ରଭାବିତ କରୁଛି। ଠିକ ଯେମିତି ଏହି ପୁଟକା ଗାଁ ରେ ଯେଉଁ ନାଦୀ ତୁଠକୁ ଆଗରୁ 3 କିଲୋମିଟର ଯିବାକୁ ପଡୁଥିଲା, ସେହି ନଦୀ ତୁଠ କୁ ଏବେ ଯିବାକୁ ହେଲେ 6 କିଲୋମିଟର ଲାଗୁଛି।ଏହା ସହ ମହିଳା ମାନେ ଏୟା ମଧ୍ୟ କହିଛନ୍ତି- 10 ବର୍ଷ ଭିତରେ ନଦୀ ର ସ୍ରୋତ କମିବା ସହ ଜଳ ସ୍ଥର ବି ଖସିଛି ଓ ଜଳବାୟୁ ପରିବର୍ତ୍ତନ ଯେଗୁଁ ନଦୀ ର ତୁଠ ବି ଦୂରକୁ ଚାଲିଯାଇଛି। ଯାହା ଫଳ ରେ ଋତୁସ୍ରାବ ଉପରେ ଏହାର ଅଧିକ ପଡୁଛି। ଅନ୍ୟପଟେ ଗାଁ ରେ ମହିଳା ମାନେ ଅଧିକ ରୁ ଅଧିକ କପଡା ବ୍ୟବହାର କରିଥାନ୍ତି। ଯାହା ଫଳ ରେ କପଡା କୁ ସଫା କରିବା ପାଇଁ ଅଧିକ ପାଣି ର ଆବଶ୍ୟକତା ପଡିଥାଏ। ଘରେ ପାଣି ନ ହେବାରୁ ଋତୁସ୍ରାବ ସମୟ ର କପଡା ଦୁଇ ରୁ ତିନି ଦିନ ଘର ବାରିପଟେ ପଡିରହି ଥାଏ। ଯେତେବେଳେ ସମୟ ସହ କପଡାକୁ ସଫା କରବା ପାଇଁ ନଦୀ କୁ ଯାଇ ହୁଏ ,ସେ ସମୟ ରେ ବ୍ୟବହାର କପଡା ସବୁ ସଫା ହୁଏ।
ଆରତୀ ସାହୁ- ବୟସ 32, ଆରତୀ କୁହନ୍ତି ଏ ପୁଟକା ଗାଁ କୁ ବାହା ହୋଇ ଆସିବାର 8 ବର୍ଷ ହୋଇ ଗଲାଣି। ଋତୁସ୍ରାବ ହେବା ସମୟ ରୁ ହିଁ ଅର୍ଥାତ ଝିଅ ବୟସ ରୁ ହିଁ ତାଙ୍କର ଏ ସମୟ ରେ ଗୋଡ଼,ପେଟ ବହୁତ ବିନ୍ଧା ହୁଏ। ଆଉ ଏବେ ବି ଗୋଟିଏ ଝିଅ ର ମାଁ ହେବା ପରେ ବି ତାଙ୍କ ଯନ୍ତ୍ରଣା ଲାଘବ ହୋଇ ନାହିଁ। ମାଁ ଘରେ ପାଣି ର ପୁରା ବ୍ୟବସ୍ଥା ଥିଲା। ହେଲେ ପୁଟୁକା ଗାଁ ରେ ପାଣିପାଇଁ ଅଧିକ ହଇରାଣ ହେଉଛନ୍ତି। ୠତୁସ୍ରାବ ହେଲେ 6 କିଲୋମିଟର ଚାଲିକି ଯିବାକୁ ପଡୁଛି କପଡା ବଦଳାଇବା ପାଇଁ। ଆଉ ବର୍ତ୍ତମାନ ତାଙ୍କ ଝିଅ ୠତୁସ୍ରାବ ହେଲେ କଣ କରିବେ ତାକୁ ନେଇ ତାଙ୍କର ଅନେକ ଚିନ୍ତା ବଢୁଛି। କାହିଁକି ନା ଯେତେ ସାନିଟାରୀ ନ୍ୟାପକିନ ବ୍ୟବହାର କରିଲେ ବି ,ନ୍ୟାପକିନ ବଦଳାଇବାରେ ପାଣି ର ଆବଶ୍ୟକତା ରହିଛି।
ଅରୁନ୍ଧତୀ ସାହୁ- ବୟସ 44, ଜୀବନ ରେ ଥରେ ବି ସେ ସାନିଟାରି ନ୍ୟାପକିନ ର ବ୍ୟବାହର କରି ନାହାଁନ୍ତି। ଅରୁନ୍ଧତୀ ଏୟା ମଧ୍ୟ କହିଛନ୍ତି ଗାଁ ରେ 80 ଭାଗ ମହିଳା କପଡା ହିଁ ଵ୍ୟଵହାର କରନ୍ତି। ଗାଁ ରେ ଲୋକଙ୍କ ଆର୍ଥିକ ସ୍ଵଚ୍ଛଳତା ସେତେ ଭଲ ନିହେଁ ଯେ ପ୍ରତି ମାସ ୠତୁସ୍ରାବ ରେ ନ୍ୟାପକିନ୍ କିଣିବା ପାଇଁ ପଇସା ଖର୍ଚ୍ଚ କରି ହେବ। ଯେହେତୁ କି ବଂଚିବା ପାଇଁ ପାଣି ଅତ୍ୟାନ୍ତ ଜରୁରୀ ତେଣୁ ୠତୁସ୍ରାବ ଭଲ ରେ ପାଣି ଵ୍ୟଵହାର କରି କପଡା ସବୁ ଦିନ ଧୋଇବା ସେତେ ଜରୁରୀ ନୁହଁ ବୋଲି ସେ କହିଛନ୍ତି। ତେଣୁ କରି ଋତୁସ୍ରାବ ସମୟରେ ବ୍ୟବହାର କପଡା ଦୁଇ ରୁ ତିନି ଦିନ ପଡିକି ରହିଥାଏ। ଗାଁ ରେ ସ୍ୱଚ୍ଛଳ ପରିବାର ସ୍ୱାମୀ ସହ ବାଇକ ରେ ଯାଇ ଗାଁ ର ନଦୀ ତୁଠ ରେ କପଡା ସଫା କରି ନୁଆଁ କପଡା ପିନ୍ଧିକି ଆସନ୍ତି।
ପୀର ମହାନନ୍ଦ- ବୟସ 40- ପୀର କହିଛନ୍ତି, ତାଙ୍କ ଗାଁ(ପୁଟକା)ରେ ପଇବା ପାଣି ପାଇଁ ବାଲି ଚୁଆ କୁଡ଼ା ହେଉଛି, ସେଠୁ ପାଣି ବାହାର କରାଯାଉଛି ତା କଷ୍ଟ ନ କହିବା ଭଲ। , ଏଠି ୠତୁସ୍ରାବ ରେ କଣ ହେଉଛି ,ଝିଅ ବୋହୁ ଙ୍କ ଦୁଃଖ କିଏ ଶୁଣୁଛି।
ଡ ସୁଜାତା କର( ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗ) - ୠତୁସ୍ରାବ ରେ ଵ୍ୟଵହାର କପଡା ଏମିତି ନ ସଫା କରି ପଡିବା ଗୋଟିଏ ଚିନ୍ତା ଜନକ ବିଷୟ । କପଡା ଯଦି ଭଲ ରେ ସଫା ହେଉ ନାହିଁ ତାକୁ ଯଦି ପୁଣି ବ୍ୟବହାର କରାଯିବ ସେଥିରୁ ଅନେକ ରେଗ ହେବାର ସମ୍ଭାବନା ରହିଛି। ବିଭିନ୍ନ ଯାଦୁ (ଫୋଙ୍ଗାଲ ଇନଫେକ୍ସନ )ସବୁ ହେବାର ସମ୍ଭାବନା ବହୁତ ମାତ୍ରା ରେ ବଢି ଯାଉଛି। ଏହା ସହ ୟୁରିନାରି ଟ୍ରକ ମଧ୍ୟ ଖରାପ ହେବାର ରହିଛି।
ଜୟକୃଷ୍ଣ ପାଣିଗ୍ରାହୀ(ପରିବେଶବିତ)-ନଦୀ ର ଧର୍ମ ହେଲା ପ୍ରଭାବିତ ହେବ।କାଳକ୍ରମେ କିଛି ଜଳ ଭୂତଳ କୁ ବି ଯାଉଛି। ଅନ୍ୟପଟେ ପୂର୍ବ ଅପେକ୍ଷା ନଦୀ ଗୁଡିକ ବ୍ୟବହାର ଲୋକ ଅଧିକ ମାତ୍ର ରେ କରୁଛନ୍ତି। ନିତିଦିନିଆ କାମ ଛଡା ଅନ୍ୟାନ୍ୟ କାମ ଠିକ ଯେମିତି- କମ୍ପାନୀ ଗୁଡିକ ନଦୀ ର ପାଣି ବ୍ୟବହାର କରୁଛନ୍ତି, ନଦୀ ତୁଠ ଗୁଡିକ ରେ ଥିବା ଚାଷ ଜମି ଗୁଡିକ ରେ ମଟର ଲାଗୁଛି ପାଣି ଉଠା ଯାଉଛି ଇତ୍ୟାଦି , ଆଉ ଏହା ବର୍ଷ ବର୍ଷ ଧରି ଚାଲୁଛି ତେଣୁ ଜଳ ସ୍ଥର ଧୀରେ ଧୀରେ ଖସିବା ଦେଖିବାକୁ ମିଳୁଛି।
ମନସ୍ତତ୍ୱବିତ ଡ ସରିତା ବାଲାଜି ବେହେରା ଙ୍କ ମତରେ କେବଳ ଯେ ଓଡିଶାର ଏହା ଗୋଟିଏ ଗାଁ ର କଥା ନୁହେଁ ଓଡ଼ିଶାର ଅନେକ ଜାଗା ରେ ପାଣି ର ଅସୁବିଧା ଅଛି। ଠିକ ରେ ପାଣି ନ ମିଳିବା ଦ୍ୱାରା ଋତୁସ୍ରାବ ସମୟ ରେ ମହିଳା ମାନସିକ ଚାପ ପଡୁଛି। ଯାହା କି ସ୍ବାସ୍ତ ପାଇଁ କ୍ଷତିକାରକ ଅଟେ। ଅନ୍ୟପଟେ ପାଣି ର ଅଭାବ ଯେଗୁଁ କପଡା ହେଉ ବା ପ୍ୟାଡ଼ ବଦଳାଇବାର ସମୟ ହେଇଯାଇଥିଲେ ବି ମହିଳା ଅନେ ତାକୁ ଅଟକାଇ ରଖି ଦିଅନ୍ତି। ତାହା ଖରାପ ପ୍ରଭାବ ମଧ୍ୟ ମହିଳା ଶରୀର ଉପରେ ପଡି ରହୁଛି।
ଆଲେଖ୍ୟ : ଶତରୁପା ସାମନ୍ତରାୟ