ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଆଜିଠୁ ଉତ୍ତର ବଙ୍ଗୋପସାଗର ଓ କେନ୍ଦ୍ରୀୟ ସଂଲଗ୍ନ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ଯାହା ଆସନ୍ତା 5 ତାରିଖକୁ ଲଘୁଚାପର ରୂପ ନେଇ 6 ତାରିଖରେ ଓଡିଶା ଉପକୂଳ ଅତିକ୍ରମ କରିବ ।
ଫଳରେ ଦୁଇଦିନ ଧରି ରାଜ୍ୟବ୍ୟାପୀ ବର୍ଷା ହେବାର ସମ୍ଭାବନା ରହିଛି । ପରେ ସେପ୍ଟେମ୍ବର 11 ତାରିଖରେ ମଧ୍ୟ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଯାହା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷାର ଆକଳନ କରାଯାଇଛି । ପରେ ଦୁଇ ଦୁଇଟି ଲଘୁଚାପ ପ୍ରଭାବରେ ସେପ୍ଟେମ୍ବର 3 ୟ ସପ୍ତାହ ଆଡକୁ ମୌସୁମୀ ସକ୍ରିୟ କାରଣରୁ ଭଲ ବର୍ଷା ହେବ, ଯାହା ଅଗଷ୍ଟ ମାସର ନିଅଣ୍ଟିଆ ବର୍ଷାର ଭରଣା ହେବ ବୋଲି ଆଶା ରହିଛି ।