ଅର୍ଗସ ବ୍ୟୁରୋ: ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ଅଗ୍ରଗତି ସମୀକ୍ଷା କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । କଣ ଡିପିଆର ଅଛି, କେତୋଟି ଷ୍ଟେସନ ହେବ ଏବଂ ଏହାକୁ କିପରି ଡିଜାଇନ କରାଯିବ ଏହାର ଅନୁଧ୍ୟାନ କରିଛନ୍ତି ସାଂସଦ । 2023 ମସିହା ନଭେମ୍ବରରେ ମେଟ୍ରୋ ରେଲର ଡିପିଆରକୁ ଅନୁମୋଦନ ଦେଇଥିଲା ଦିଲ୍ଲୀ ମେଟ୍ରୋ । ପ୍ରକଳ୍ପର ପ୍ରଥମ ଫେଜରେ 26 କିମି ମେଟ୍ରୋ ରେଳ ପକଳ୍ପ ହେବାକୁ ଥିବା ବେଳେ 20 ଟି ଷ୍ଟେସନ ରହିଛି । ଏହାର ସମ୍ପୂର୍ଣ ବଜେଟ 6 ହଜାର 2 ଶହ 56 କୋଟି ରହିଥିବା ବେଳେ ବର୍ତମାନ ସୁଦ୍ଧା ରାଜ୍ୟ ସରକାରଙ୍କ ତରଫରୁ ଅନୁମୋଦନ ହୋଇଛି 460 କୋଟି ଟଙ୍କା । ଆସନ୍ତାବର୍ଷ ମାର୍ଚ୍ଚ 31 ସୁଦ୍ଧା ଆଉ 350 କୋଟି ରାଜ୍ୟ ସରକାର ଦେବେ । 2027 ଡିସେମ୍ବର ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।