ରାଜଧାନୀର ଲିଙ୍ଗିପୁର ATM ଲୁଟ ଘଟଣାରେ ଅପରାଧୀଙ୍କୁ ବେଙ୍ଗାଲୁରୁରୁ କମିସରେଟ ପୋଲିସ ବହୁ କଷ୍ଟରେ ଗିରଫ କରିଥିବା କଥା ସାମ୍ବାଦିକ ସମିଳନୀରେ ପୋଲିସ କମିଶନର କହିଥିବା ବେଳେ ପୋଲିସ ଜାରି କରିଥିବା ଡ଼କ୍ୟୁମେଣ୍ଟ କିନ୍ତୁ କହୁଛି କିଛି ଅଲଗା କଥା। ଗଣମାଧ୍ୟମକୁ ଦିଆଯାଇଥିବା ପ୍ରେସ ରିଲିଜରେ ଲେଖା ଅଛି ବେଙ୍ଗଲୁରୁରୁ ଗିରଫ ହୋଇଥିଲେ ATM ଲୁଟେରା, କିନ୍ତୁ ପୋଲିସ ଲେଖିଛି ମାଷ୍ଟର କ୍ୟାଣ୍ଟିନରୁ ଅପରାଧୀଙ୍କୁ ଗିରଫ କରିଛି କମିସନରେଟ ପୋଲିସର ସ୍ପେଶାଲ ସ୍କ୍ବାଡ୍ ଓ ଧଉଳି ଥାନା ପୋଲିସ।
ଇଂରାଜୀ ଡ଼କୁମେଣ୍ଟରେ ପୋଲିସ ଲେଖିଛି ମାଷ୍ଟର କ୍ୟାଣ୍ଟିନରେ ଗିରଫ ହୋଇଛନ୍ତି ଅପରାଧୀ କିନ୍ତୁ ଓଡ଼ିଆ ପ୍ରେସ ରିଲିଜରେ ଗଣମାଧ୍ୟମକୁ ପୋଲିସ କମିଶନର ଶୁଣାଇଛନ୍ତି ବେଙ୍ଗଲୁରୁ ଗପ ।
କଡା ପୋଲିସ ପେଟ୍ରୋଲିଂ ଭିତରେ ATM ରୁ ATM ମେସିନ ନେଇ ଟଙ୍କା ଲୁଟି ସାରିବା ପରେ ମେସିନ ନଦୀ ପଠାରେ ଫିଙ୍ଗି ଦେଇ କମିଶନରେଟ ପୋଲିସକୁ ଶକ୍ତ ଚାପୁଡ଼ା ମାରିଥିଲେ ଲୁଟେରା । ଲୁଟେରାଙ୍କୁ ଗିରଫ କରି ସାମ୍ବାଦିକ ସମିଳନୀ କରି ତଦନ୍ତ କରି ଅଧିକାରୀଙ୍କୁ ବି ବାହାବାଃ ଦେଲେ ପୋଲିସ କମିଶନର। ଅପରାଧୀ ଗିରଫ ହେଲେ ସତ ହେଲେ ଲୁଟ ହୋଇଥିବା ଟଙ୍କା ପୋଲିସକୁ କାହିଁକି ମିଳିଲାନି ? ଆଉ ମୁଖ୍ୟ ଅଭିଯୁକ୍ତକୁ ପୋଲିସ କାହିଁକି ଗିରଫ କଲାନି ? ତାକୁ ନେଇ ଦ୍ଵନ୍ଦ ସୃଷ୍ଟ ହୋଇଛି।