କାମ ପାଇଁ ଆନ୍ଧ୍ରପ୍ରଦେଶର ସାଲୁର ଅଞ୍ଚଳକୁ ଯାଇଥିଲେ । ସେଠାରେ ଦିନକୁ 300 ଟଙ୍କା ପାଉଣା ବାବଦରେ ଜଣଙ୍କ ବିଲରେ କାମ କରୁଥିଲେ । ହେଲେ କାମ କରିବାର 5 ଦିନ ବିତିଯାଇଥିଲେ ସୁଦ୍ଧା ସେମାନଙ୍କୁ ତାଙ୍କ ପାଉଣା ଦିଆଯାଇ ନଥିଲା । ପାରିଶ୍ରାମିକ ମାଗିବାରୁ ଓଲଟା ନିର୍ଯାତନା ଦିଆଯାଇଥିଲା । ଶେଷରେ ତିନି ଦାଦନ ଶ୍ରମିକ ଆନ୍ଧ୍ରରୁ ଏକ ଅଟୋ ।
ଯୋଗେ ପଟ୍ଟାଙ୍ଗି ଆସିଥିଲେ । ସେଠାରୁ ନଖାଇ ନପିଇ ନିଜ ଗାଁକୁ ଚାଲି ଚାଲି ଯିବା ସମୟରେ ଗିର୍ଲିଗୁଡା ଗାଁ ଛକରେ କିଛି ଲୋକ ତିନି ଯୁବକଙ୍କୁ ଅଟକାଇଥିଲେ । ଓଡ଼ିଶା ମୋଟର ଚାଳକ ସଂଘ ପକ୍ଷରୁ ତିନି ଜଣଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା ସହ ସେମାନଙ୍କ ତାଙ୍କ ଗାଁରେ ପହଞ୍ଚାଇବା ଲାଗି ବ୍ୟବସ୍ଥା କରାଯାଇଥିଲା । ତିନି ଦାଦନ ଶ୍ରମିକ ହେଲେ ଧନି ସାନ୍ତା, ଜଳେନ୍ଦ୍ର ସାନ୍ତା ଓ ବୃନ୍ଦା ସାନ୍ତା ।
ଆହୁରି ପଢନ୍ତୁ ଓଡିଶା ଖବର...