ମୃତ ଦେହ ଆନ୍ଧ୍ର ପ୍ରଦେଶ ଭିତରେ ରହିଥିବାରୁ ମାଲକାନଗିରି ଏସଡିପିଓ ଅଂଶୁମାନ ଦିବେଦି ମୋଟୁ ଥାନା ପୋଲିସ ସହ ସିଲେରୁ ନଦୀର ଆରପଟକୁ ଯାଇ ମୃତଦେହକୁ ହାତରେ ଧରି ମାଲକାନଗିରି ସିମା ଭିତରକୁ ଆଣିଛନ୍ତି। ପରେ କୋଭିଡ ପ୍ରୋଟୋକଲରେ ମୋଟୁରେ ହିଁ ତାଙ୍କ ଶବ ସତ୍କାର କରାଯାଇଛି ।
ସୀମାରେ ପ୍ରାଣ ହରାଇଲେ ପ୍ରବାସୀ

ମାଲକାନଗିରି: ସୀମାରେ ପ୍ରାଣ ହରାଇଲେ ପ୍ରବାସୀ । ମାଲକାନଗିରି ଜିଲ୍ଲା ମୋଟୁ ସୀମାରେ ପ୍ରାଣ ହରାଇଛନ୍ତି ଜଣେ ପ୍ରବାସୀ ଶ୍ରମିକ । ବାଲେଶ୍ବର ସୌର ବ୍ଳକ ଅନ୍ତର୍ଗତ କୁମ୍ଭୀ ଗାଁର ସୁଧିର ରଞ୍ଜନ ବିଶ୍ବାଳ ଓ ତାଙ୍କ ଭାଇ ଧିରଞ୍ଜନ ବିଶ୍ବାଳ ହାଇଦ୍ରାବାଦର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ହେଲେ ଲକଡାଉନ ପରେ ଦୁହେଁ ହାଇଦ୍ରାବାଦରୁ ଏକ ଘରୋଇ ବସରେ ଓଡ଼ିଶା ଫେରୁଥିଲେ। ହେଲେ ମୋଟୁ ସୀମାନ୍ତରେ ସୁଧିର ରଞ୍ଜନ ବିଶ୍ବାଳ ଛାତି ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ହଠାତ୍ ବସ ଭିତରେ ହିଁ ତାଙ୍କର ମୃତ୍ୟୁ ହୋଇଛି।
ଟ୍ରକ୍ ଧକ୍କାରେ ବାଇକ୍ ଚାଳକ ଗୁରୁତର
ଭୁବନେଶ୍ଵର: ଭୁବନେଶ୍ଵର ଦୟା ବ୍ରିଜରେ ଟ୍ରକ୍ ଧକ୍କାରେ ବାଇକ୍ ଚାଳକ ଗୁରୁତର । ବେଆଇନ ବାଲି ଚାଲାଣ ଟ୍ରକକୁ ଧରିବାକୁ ତହସିଲଦାର ପିଛା କରିବା ବେଳେ ଏହି ଦୁର୍ଘଟଣା ଘଟିଛି।
ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଲେ ମହିଳା ଓ ଶିଶୁ । ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଚି । ଦୁର୍ଘଟଣା ପାଇଁ ଦାୟୀ ତହସିଲଦାରଙ୍କୁ କିଛି ସମୟ ଅଟକ ରଖିବା ପରେ ସ୍ଥାନୀୟ ଲୋକ
Download Argus News App
