ଦୀର୍ଘ କାଳ ଧରି ନାୟକ,ଚରିତ୍ର,ଖଳନାୟକ ଓ ହାସ୍ୟ ଅଭିନେତା ଭାବରେ ଅନେକ ସିନେମାରେ ସେ ଅଭିନୟ କରିଆସିଛନ୍ତି । ମଥୁରା ବିଜୟ ସିନେମାରୁ ସେ ସିନେମା ଜଗତରେ ପାଦ ଦେଇଥିଲେ।
୧୯୫୯ରେ ମୟୂରଭଞ୍ଜ ଜିଲ୍ଲାରେ ଜନ୍ମ ହୋଇଥିଲେ ମିହିର। ସେ ପ୍ରାୟ ୧୫୦ଟିରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।
ଅର୍ଗସ ବ୍ୟୁରୋ: ଆଉ ନାହାନ୍ତି ମିହିର ଦାସ। ଆରପାରିରେ ଓଡିଆ ସିନେମାର ବର୍ଷୀୟାନ ଅଭିନେତା ମିହିର ଦାସ। ଦୀର୍ଘ ଦିନଧରି ସେ କିଡନୀ ରୋଗରେ ପିଡୀତ ଥିଲେ। କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି।
ଦୀର୍ଘ କାଳ ଧରି ନାୟକ,ଚରିତ୍ର,ଖଳନାୟକ ଓ ହାସ୍ୟ ଅଭିନେତା ଭାବରେ ଅନେକ ସିନେମାରେ ସେ ଅଭିନୟ କରିଆସିଛନ୍ତି । ମଥୁରା ବିଜୟ ସିନେମାରୁ ସେ ସିନେମା ଜଗତରେ ପାଦ ଦେଇଥିଲେ।
୧୯୫୯ରେ ମୟୂରଭଞ୍ଜ ଜିଲ୍ଲାରେ ଜନ୍ମ ହୋଇଥିଲେ ମିହିର। ସେ ପ୍ରାୟ ୧୫୦ଟିରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।
ଅର୍ଗସ ବ୍ୟୁରୋ: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୩ ର ୧୬ ତମ ସିଜନ ଅତ୍ୟନ୍ତ ରୋମାଞ୍ଚକର ସହ ସରିଛି। ଆଉ ଏହି ଆଇପିଏଲରେ ବିଜୟର ମୁକୁଟ ପିନ୍ଧିଛି ଚେନ୍ନାଇ ସୁପର କିଙ୍ଗ୍ସ। ଏବେ ଭାରତୀୟ ଖେଳାଳି ଆଇସିସି ବିଶ୍ବ ଟେଷ୍ଟ ଚାମ୍ପିୟନସିପ WTC ଫାଇନାଲ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ଟିମ ଇଣ୍ଡିଆର ଖେଳାଳି ଏବେ ଲଣ୍ଡନରେ ପ୍ରାକ୍ଟିସ ଜାରି ରଖିଛନ୍ତି। ଇଂଲଣ୍ଡର ଓଭାଲରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବ ଟକ୍କର। ତେବେ ଓ୍ବାର୍ଲ୍ଡ ଚାମ୍ପିୟନସିପ ଫାଇନାଲ ମ୍ୟାଚ ଡ୍ୟୁକ ବଲରେ ଖେଳାଯିବ। ଭାରତୀୟ ଖେଳାଳି ଆଇପିଏଲ ସମୟରେ ଏସଜି ବଲ ଖେଳିଥିବାବେଳେ ଏବେ ଡବ୍ଲ୍ୟୁଟିସି ପାଇଁ ଡ୍ୟୁକ ବଲରେ ପ୍ରାକ୍ଟିସ ଆରମ୍ଭ କରିଛି।
ଏସଜି ବଲରେ ଆଇପିଏଲ ଖେଳିଥିବା ଭାରତୀୟ ଟିମକୁ ଡ୍ୟୁକ ବଲରେ ଅସୁବିଧା ନ ହେବା ପାଇଁ ଫାଇନାଲ ପୂର୍ବରୁ ସମସ୍ତ ଖେଳାଳି ଏହି ବଲରେ ଅଭ୍ୟାସ ଆରମ୍ଭ କରିଛନ୍ତି।
ତେବେ ଏହି ଏସଜି ବଲ ଓ ଡ୍ୟୁକ ବଲ କଣ। ଫ୍ୟାନମାନେ ନିଶ୍ଚିତ କନଫ୍ୟୁଜ ହେଉଥିବେ। ବିଶ୍ବ କ୍ରିକେଟରେ ବର୍ତ୍ତମାନ ସମୟରେ ୩ ପ୍ରକାର ବଲ ବ୍ୟବହାର କରାଯାଉଛି। ଏଥିମଧ୍ୟରେ ରହିଛି କୁକାବରା, ଡ୍ୟୁକ ଓ ଏସଜି ବଲ। ଏହି ୩ ପ୍ରକାର ବଲ ବର୍ତ୍ତମାନ ବିଭିନ୍ନ ଦେଶର ଖେଳାଳିମାନେ ଖେଳୁଛନ୍ତି।
ଅଧିକ ଖବର ପଢ଼ନ୍ତୁ: ବିବାହ ବନ୍ଧନରେ ବାନ୍ଧିହେଲେ ସିଏସକେ ବ୍ୟାଟର ଋତୁରାଜ ଗାଏକ୍ବାଡ
ବିଶେଷ କରି ଟେଷ୍ଟ ମ୍ୟାଚ ଖେଳୁଥିବା ଦେଶ ସବୁଠାରୁ ଅଧିକ କୁକାବୁରା ବଲ ବ୍ୟବହାର କରିଥାନ୍ତି। ଏହି ବଲରେ ୮ଟି ଦେଶ କ୍ରିକେଟ ଖେଳିଥାନ୍ତି। କୁକାବୁରା ବଲ ଅଷ୍ଟ୍ରେଲିଆ, ଶ୍ରୀଲଙ୍କା, ପାକିସ୍ତାନ, ସାଉଥ ଆଫ୍ରିକା, ନ୍ୟୁଜିଲାଣ୍ଡ, ବାଂଲାଦେଶ, ଜିମ୍ବାଓ୍ବେ ଏବଂ ଆଫଗାନିସ୍ତାନ ଆଦି ଦେଶରେ ବ୍ୟବହାର ହୋଇଥାଏ। ସେହିପରି ଡ୍ୟୁକ ବଲରେ ଇଂଲଣ୍ଡ ଆର୍ୟଲ୍ୟାଣ୍ଡ ଏବଂ ଓ୍ବେଷ୍ଟଇଣ୍ଡିଜ କ୍ରିକେଟ ଖେଳ ହୋଇଥାଏ। ଭାରତ କେବଳ ଏକମାତ୍ର ଦେଶ ଏସଜି ବଲ ବ୍ୟବହାର କରିଥାଏ।
ତେବେ ଆଇସିସି ସ୍ପଷ୍ଟ କରିଛି ଯେ, ବଲର ବ୍ୟବହାରକୁ ନେି କୌଣସି ନିୟମ ହୋଇନି। ଯେଉଁଠାରେ ମ୍ୟାଚ କିମ୍ବା ସିରିଜ ହୋାଇଥାଏ। ସହି ଦେଶ ହିସାବରେ ବଲର ବ୍ୟବହାର କରାଯାଇଥାଏ। କିଛି ଦେଶ ସବୁ ସିରିଜରେ ଅଲଗା ଅଲଗା ବଲ ମଧ୍ୟ ବ୍ୟବହାର କରିପାରିବେ।
ଅର୍ଗସ ବ୍ୟୁରୋ: ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା l ଆଜିର ଦିନରେ ନେମାଳ ପଦ୍ମବନ ପୀଠରେ ଯେଉଁ ଜଗନ୍ନାଥ ମୁରତି ନିଳାଚଳରେ ସ୍ଥିତ ସେଇ ଜଗନ୍ନାଥ ମୁରତି ପଦ୍ମବନେ ଉଦିତ।
ଦେବସ୍ନାନ ପୂର୍ଣ୍ଣମୀ ଉପଲକ୍ଷେ ଆଜି ସାରା ରାଜ୍ୟରୁ କୋଣ ଅନୁକୋଣରୁ ବହୁ ଭକ୍ତ ଓ ସାଧୁସନ୍ଥ ମାନେ ଏକାଠି ହୋଇଥାନ୍ତି l ଏବଂ ଶ୍ରୀ ଅଚ୍ୟୁତାନନ୍ଦଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଲାଗିରହିଥାଏ l
ଆସନ୍ତୁ ଦେଖିବା ନେମାଳ ପିଠାରୁ ଏହି ସ୍ପେସିଆଲ ରିପୋର୍ଟ। ଏ ହେଉଛି କଟକ ଜିଲ୍ଲା ମାଳିକା କ୍ଷେତ୍ର ନେମାଳ। ପଦ୍ମବନ ସ୍ଥିତ ମହାପୁରୁଷ ଅଚ୍ୟୁତାନନ୍ଦ ପୀଠରେ ପାଳିତ ହେଉଛି ମହାପୁରୁଷଙ୍କ ପବିତ୍ର ଦେବସ୍ନାନ ଉତ୍ସବ। ସମୟ ନିର୍ଘଣ୍ଟ ଅନୁସାରେ ପ୍ରାପ୍ତ ସକାଳୁ ବିଭିନ୍ନ ନୀତିକାନ୍ତି ଚାଲୁଅଛି। ବିଭିନ୍ନ ଆଡୁ ଲକ୍ଷାଧିକ ଶ୍ରଦ୍ଧାଳୁ ମାନେ ପ୍ରଭୁଙ୍କୁ ଦର୍ଶନ କରି କୋଟି ପୁଣ୍ୟ ଲାଭ କରୁଛନ୍ତି। କୁହାଯାଏ ଆଜିର ଦିନରେ ଶ୍ରୀକ୍ଷେତ୍ରରେ ଜଗନ୍ନାଥଙ୍କୁ ଦର୍ଶନ କରିବା ଠାରୁ ଏଠାରେ ମହାପୁରୁଷଙ୍କୁ ଦର୍ଶନ କଲେ ଅଧିକ ପୁଣ୍ୟ ମିଳିଥାଏ।
ଏହି ନେମାଳ ପିଠ ଭକ୍ତ ମାନଙ୍କ ପାଇଁ ଭୋଗ ଦୋକାନ ଠାରୁ ଆରମ୍ଭ କରି ବହୁ ଦୋକାନ ବଜ଼ାର ପଡିଥାଏ l ଏବଂ ବହୁ ସ୍ବେଚ୍ଛାସେବୀ ସଂଗଠନ ଖରାଦିନ ଲାଗି ଶ୍ରଦ୍ଧାଳୁଙ୍କ ପାଇଁ ପାଣି ଓ ଦହି ଏବଂ କାକରା ପିଠା ଭଳି ସାମଗ୍ରୀ ଦେଇଥାନ୍ତି l ଏବଂ ଭକ୍ତ ମାନଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ଭାବେ ବାଉଁଶରେ ବାରିକେଡ ମଧ୍ୟ କରାଯାଇଛି l ଯେମିତି କି ଲାଇନରେ ରହି ଭକ୍ତ ମାନେ ସୁରୁଖୁରୁରେ ଦର୍ଶନ କରିପାରିବେ l ଆଜି ର ଦିନ ଲକ୍ଷାଧିକ ଭକ୍ତ ମାନେ ଆସନ୍ତି ସେଥିପାଇଁ ପାଇଁ କଟକ ପୋଲିସ ଦ୍ୱାରା ବ୍ୟାପକ ବ୍ୟବସ୍ଥା କରାଯାଇଛି l
ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର
ଅର୍ଗସ ବ୍ୟୁରୋ: ଗଙ୍ଗାନଦୀରେ ଭୁଶୁଡ଼ି ପଡ଼ିଲା ସିଏମ ନୀତୀଶ କୁମାରଙ୍କ ଡ୍ରିମ ପ୍ରୋଜେକ୍ଟ । ବିହାର ଭାଗଲପୁରରେ ଗଙ୍ଗା ନଦୀ ଉପରେ 1750 କୋଟି ବ୍ୟୟରେ ନିର୍ମାଣଧୀନ ଫୋର-ଲେନ ବ୍ରିଜ ଭୁଶୁଡ଼ି ପଡ଼ିଛି । ଖଗଡ଼ିଆ ଓ ଭାଗଲପୁରକୁ ସଂଯୋଗ କରିବା ପାଇଁ ନିର୍ମାଣ ହେଉଥିବା ବ୍ରିଜର 30ରୁ ଅଧିକ ସ୍ଲାବ ଢଳିପଡ଼ିଛି । ଗତବର୍ଷ ଏପ୍ରିଲ 27ରେ ମଧ୍ୟ ବ୍ରିଜର ଗୋଟିଏ ସେଗମେଣ୍ଟ ଭୁଶୁଡ଼ି ପଡ଼ିଥିଲା ।
2015ରୁ ଆରମ୍ଭ ହୋଇଥିବା ବ୍ରିଜ ନିର୍ମାଣ କାର୍ଯ୍ୟ 80 ପ୍ରତିଶତ ଶେଷ ହୋଇଥିବାବେଳେ ଆଜି ସଂଧ୍ୟାରେ ଭୁଶୁଡ଼ି ପଡ଼ିଛି । ଏସପି ସିଙ୍ଗଲା କମ୍ପାନି ଦ୍ବାରା ଏହି ବ୍ରିଜର ନିର୍ମାଣ ହେଉଥିଲା । ଦୁଇଥର ବ୍ରିଜ ଭୁଶୁଡ଼ି ପଡ଼ିଥିବାରୁ ନିର୍ମାଣ କାର୍ଯ୍ୟ ଉପରେ ପ୍ରଶ୍ନ ଉଠିଛି ।
#WATCH | Under construction Aguwani-Sultanganj bridge in Bihar’s Bhagalpur collapses. The moment when bridge collapsed was caught on video by locals. This is the second time the bridge has collapsed. Further details awaited.
(Source: Video shot by locals) pic.twitter.com/a44D2RVQQO — ANI (@ANI) June 4, 2023
ଆହୁରି ପଢନ୍ତୁ ଭାରତ ଖବର...