ଚାଷୀ ରାତିରେ ଜଗି ହଇରାଣ ହେବାରୁ ମିଲର ର କଟିଙ୍ଗ ସର୍ତରେ ରାଜି ହୋଇ ବାଧ୍ୟ ହୋଇ ଧାନ ଦେଇଥିଲେ। ମା ସରସ୍ବତୀ ଏସଏଚଜି ମହିଳା ସଂଗଠନ ଧାନ କିଣିଛନ୍ତି। ପ୍ରଥମ ଥର ପାଇଁ ୪୬୧ କୁଇଣ୍ଟାଲ ଧାନ ଉଠିଛି। ଏବେବି ମଣ୍ଡିରେ ପଡିରହିଛି କୁଇଣ୍ଟାଲ କୁଇଣ୍ଟାଲ ଧାନ ।ତେବେ ମିଲର୍ସଙ୍କ କଟନୀ ରେ ଚାଷୀ ଶୋଷଣର ଶିକାର ହେଉଛନ୍ତି। ପ୍ରଶାସନ ସବୁ ଜାଣି ଚୁପ ବସିଥିବାର ଚାଷୀ ଅଭିଯୋଗ କରିଛନ୍ତି।
ମିଲର ରାଜ ୮ଦିନ ଜଗିବା ପରେ ୮ କେଜି କଟିଙ୍ଗରେ ଧାନ ମାଗୁଛନ୍ତି ମିଲର୍ସ

ଅର୍ଗସ ବ୍ୟୁରୋ : କୁଚିଣ୍ଡା ବ୍ଲକ ବାଉରୀଗଡା ଧାନ ମଣ୍ଡି ଗତ ୨ ତାରିଖ ଠାରୁ ଧାନ ମଣ୍ଡି ଆରମ୍ଭ ହୋଇଥିଲା। ଚାଷୀ ୧୦୭୧ ବସ୍ତା ଧାନ ଆଣି ମଣ୍ଡିରେ ରଖିଥିଲେ। ଧାନ ମଣ୍ଡିକୁ ମିଲର ଆସି ନଥିବାରୁ ଚାଷୀ ଥଣ୍ଡାରେ ରାତ୍ରି ରେ ଜଗି ରହିଥିଲେ। ଶେଷରେ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବାରୁ ମିଲର ଧାନ ଉଠାଇବାକୁ ଆସିଥିଲେ। ହେଲେ ମିଲର ୮କେଜି କଟିଙ୍ଗ ର କଥା କହିଥିଲେ। ଚାଷୀ ଏବଂ ମିଲରର ଆଲୋଚନା ପରେ ଶେଷରେ ୬କେଜି କଟିଙ୍ଗରେ ଧାନ ଉଠିଥିଲା।
Download Argus News App
