ଏପରି ସ୍ଥଳେ ପୁରୀ ଜିଲ୍ଲା ଡେଲାଙ୍ଗରେ ଦେଖାଯାଇଛି ମଣ୍ଡି ସମସ୍ୟା । ଧାନ ନେଉନାହାନ୍ତି ମିଲର୍ସ । ଫଳରେ ରାସ୍ତା ରୋକ କରିଛନ୍ତି ଉତ୍ୟକ୍ତ ଚାଷୀ । ଘଟଣାଟି ଘଟିଛି ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବେରବୋଇ ପଞ୍ଚାୟତ କାର୍ଯ୍ୟାଳୟ ଏବଂ ସମବାୟ ସମିତି ସମ୍ମୁଖରେ । ରାସ୍ତା ରୋକ ଫଳରେ ଉଭୟ ପାର୍ଶ୍ଵରେ ଗାଡି ମଟର ଅଟକି ରହିଛି । ଖୋର୍ଦ୍ଧା - ପଟ୍ଟନାୟକିଆ ରାସ୍ତାକୁ ଅବରୋଧ କରିଛନ୍ତି ଅଞ୍ଚଳର ଚାଷୀମାନେ ।
ଧାନ ନେଉନାହାନ୍ତି ମିଲର୍ସ, ଖୋର୍ଦ୍ଧା - ପଟ୍ଟନାୟକିଆ ରାସ୍ତା ଅବରୋଧ କଲେ ଚାଷୀ
ପୁରୀ: ମଣ୍ଡି ସମସ୍ୟାକୁ ନେଇ ରାସ୍ତାରୋକ । କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରି ଚାଷୀଙ୍କ ଉନ୍ନତି କରୁଥିବା ବେଳେ ରାଜ୍ୟ ସରକାର ଚାଷୀଙ୍କ ଧାନକୁ ମଣ୍ଡି ଜାରିୟାରେ କିଣିପାରୁନାହାନ୍ତି । କେତେବେଳେ ଟୋକେନ ଆସି ବାତିଲ ହେଲାଣି ତ କେତେବେଳେ ମଣ୍ଡି ଦାୟିତ୍ବରେ ଥିବା ବିଭାଗୀୟ ଅଧିକାରୀଙ୍କ ଯୋଗୁଁ ଚାଷୀ ହନ୍ତସନ୍ତ ହେଉଛି।
Download Argus News App
