ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅଗସ୍ତି ପ୍ରଧାନ, ମୁଖ୍ୟବକ୍ତା ଭାବରେ କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ମଧୁଛନ୍ଦା ସାହୁ, ସମ୍ମାନିତ ଅତିଥି ଭାବରେ ମିଶନଶକ୍ତି ଜିଲ୍ଲା ସଂଯୋଜକ ରାମ ତାଣ୍ଡି ଓ ଓଡ଼ିଶା ମିଲେଟ ମିଶନ ଜିଲ୍ଲା ସଂଯୋଜକ ଗୁପ୍ତ ଖିଲ ଯୋଗଦେଇଥିଲେ ।
ଲୁପ୍ତପ୍ରାୟ ମିଲେଟର ବ୍ୟବହାର ଉପରେ ଉପସ୍ଥିତ ଯୁବକ, ଯୁବତୀ, ସ୍ବେଚ୍ଛାସେବୀ, ସ୍ଵଂୟ ସହାୟକ ଗୋଷ୍ଠୀର ସଦସ୍ୟ ସଦସ୍ୟାମାନଙ୍କୁ ସଚେତନ କରାଇଥିଲେ । ଏହି ଅବସରେ ମିଲେଟର ଉତ୍ପାଦନ, ସୁସ୍ଥ ଶରୀର ପାଇଁ ମେଲେଟର ବହୁଳ ବ୍ୟବହାର ଓ ପରିବେଶ ସନ୍ତୁଳନ ରକ୍ଷାର ଗୁରୁତ୍ଵ ଉପରେ ଆଲୋଚନା କରାଯାଇଥିଲା । ଏହି କାର୍ଯକ୍ରମକୁ ଜିଲ୍ଲା ପ୍ରଶାସନ ନୂଆପଡା, ମିଶନ ଶକ୍ତି ନୂଆପଡା ଓ ଓଡ଼ିଶା ମିଲଟ ମିଶନ ନୂଆପଡ଼ା ସହଯୋଗ କରିଥିଲେ ।
ଆହୁରି ପଢନ୍ତୁ ଓଡିଶା ଖବର...