ହେଲେ ସବୁଠୁ ବଡ଼ କଥା ହେଲା, ରେଙ୍ଗାଲି ଅଂଚଳରେ ଛତୁ ଫୁଟିଲା ଭଳି କବାଡି ଖାନା ଥିଲେ ମଧ୍ୟ ଏଠାକାର ପୋଲିସ ଏବଂ ପ୍ରଶାସନ ନୀରବ ରହିବା ସାଧାରଣରେ ଏବେ ଜୋର ଚର୍ଚ୍ଚା ହେଉଛି ।

ସମ୍ୱଲପୁର: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଠେଲାକୋଲି ପୋଲିସ ଲକ୍ଷାଧିକ ଟଙ୍କାର ପିକ୍ ଆଇରନ ଜବତ କରିଛି। ଘଟଣାରେ ଗୁରୁପାଲି କବାଡିର ଏମଡ଼ି ରୁସ୍ତମ ସମେତ ଆଉ ଦୁଇ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରଛି । ଏହି ପିକ୍ ଆଇରନ କେଉଁଠୁ ଆସୁଥିଲା, କିଏ ଏମାନଙ୍କ ମାଷ୍ଟର ମାଇଣ୍ଡ, ସେ ସମ୍ପର୍କରେ ଠେଲାକୋଳି ପୋଲିସ ଟେର ପାଇ ପାଇନି ।

ଅର୍ଗସ ବ୍ୟୁରୋ : ଆନ୍ଦୋଳନରତ ରେସଲରଙ୍କ ସହ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କ ଆଲୋଚନା । ୬ ଘଣ୍ଟାର ଆଲୋଚନାରେ ଧାର୍ଯ୍ୟ ହେଲା ତାରିଖ । ସେହିପରି ମନ୍ତ୍ରୀଙ୍କ ଆଗରେ କିଛି ଦାବି ରଖିଛନ୍ତି ରେସଲର୍ । ଜଣେ ମହିଳାଙ୍କ ନେତୃତ୍ବରେ ଇଣ୍ଟରନାଲ କମ୍ପ୍ଲେଣ୍ଟ କମଟିର ଗଠନ । ରେସଲରଙ୍କ ବିରୋଧରେ ରୁଜୁ ସମସ୍ତ ମାମଲା ପ୍ରତ୍ୟାହାର ।
ଅଧିକ ପଢନ୍ତୁ ଭାରତ ଖବର
୩ ପାଳି ଧରି ସଭାପତି ପଦରେ ରହିଥିବା ବ୍ରିଜ ଭୂଷଣ ସିଂ ଏବଂ ତାଙ୍କ ସହଯୋଗୀଙ୍କୁ ପୁନଃ ନିର୍ବାଚିତ କରା ନଯାଉ । ୬ ଘଣ୍ଟା ଧରି ଆଲୋଚନାରେ କିଛି ଏଭଳି ଦାବି ରଖିଛନ୍ତି ଆନ୍ଦୋଳନରତ ରେସଲର୍ । ସେପଟେ ୧୫ ତାରିଖ ସୁଦ୍ଧା ତଦନ୍ତ ସରିବ ଏବଂ ଚାର୍ଜସିଟ୍ ଦାଖଲ ନେଇ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ । ଜୁନ ୩୦ ତାରିଖ ସୁଦ୍ଧା WFIରେ ନିର୍ବାଚନ ହେବ ଏବଂ ନୂଆ ସଭାପତି ଚୟନ କରାଯିବ ବୋଲି ମଧ୍ୟ ରେସଲରଙ୍କୁ ଆଶ୍ବାସନା ଦେଇଛନ୍ତି କ୍ରୀଡ଼ାମନ୍ତ୍ରୀ ।
