ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ହତ୍ୟା ପଛରେ ରାଜନୈତିକ ଷଡ଼ଯନ୍ତ୍ର ଥିବା ଅଭିଯୋଗ କରିଛି ବିଜେପି । ରାଜ୍ୟ ସରକାର ନିଜକୁ କ୍ଲିନ ଚିଟ ଦେବାରେ ବ୍ୟସ୍ତ ଅଛନ୍ତି। ଏହି ହତ୍ୟାକାଣ୍ଡ ପଛରେ କିଏ ଅଛି ତାକୁ ଖୋଜିବାରେ ରାଜ୍ୟ ସରକାର ତତ୍ପରତା ଦେଖାଉ ନଥିବା କହିଛନ୍ତି ପୃଥିରାଜ ହରିଚନ୍ଦନ । ପୁର୍ବରୁ ମଧ୍ୟ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଘଟଣାରେ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଥିଲେ । ଏହାର ଜ୍ବଳନ୍ତ ଉଦାହରଣ ହେଉଛି ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଓ କୁନ୍ଦୁଲି ଘଟଣା। ଯାହାର କୌଣସି ନିଷ୍କର୍ଷ ଏ ପର୍ଯ୍ୟନ୍ତ ବାହାରି ପାରି ନାହିଁ।
ନବ ଦାସଙ୍କ ହତ୍ୟା ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବାକୁ ଦାବି କରିଛି ବିଜେପି

ଅର୍ଗସ ବ୍ୟୁରୋ : ନବ ଦାସଙ୍କୁ ହତ୍ୟା ମାମଲା । ତଦନ୍ତର ତଦାରଖ କରିବେ ଜଷ୍ଟିସ ଜେପି ଦାସ । ତେବେ ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବାକୁ ଦାବି କରିଛି ବିଜେପି । ଏନେଇ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥିରାଜ ହରିଚନ୍ଦନ । ଏହି ଘଟଣା ଓଡ଼ିଶା ପ୍ରଦେଶର ଶାସନ ବ୍ୟବସ୍ଥା, ରାଜନୈତିକ ବ୍ୟବସ୍ଥା ଓ ସାମାଜିକ ବ୍ୟବସ୍ଥା ଉପରେ ପ୍ରଭାବ ପକାଇଛି । ରାଜ୍ୟବାସୀ ସଙ୍ଗିନ ଅବସ୍ଥାରେ ଅଛନ୍ତି।
Download Argus News App
