ଗୋଟିଏ ପଟେ ମନ୍ତ୍ରୀ ସମୀର ଦାଶଙ୍କ ବାହାସ୍ପୋଟ ଆଉ ଏପଟେ ବାସ୍ତବ ଚିତ୍ର । ସାରା ରାଜ୍ୟରେ ମଣ୍ଡି ସମସ୍ୟା। କଟନୀ ଛଟନୀ । କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ 2040 ଟଙ୍କା ଧାର୍ଯ୍ୟ କରିଛନ୍ତି । ହେଲେ ସେତିକି ବି ମିଳୁନି । ହଜାରେ 12 ଶହ ଟଙ୍କାରେ ଦଲାଲଙ୍କୁ ଧାନ ବିକୁଛି ଚାଷୀ ।
ରାଜ୍ୟ ସରକାରଙ୍କ କହୁଛନ୍ତି ଚାଷୀଙ୍କ ଆୟ ଡବଲ କରିବେ । ହେଲେ 23 ବର୍ଷର ସ୍ଥିର ସରକାର ପରେ ବି ଓଡ଼ିଶାରେ ଚାଷୀଙ୍କ ମାସିକ ଆୟ ମାତ୍ର 5 ହଜାର 112 ଟଙ୍କା । ଚାଷୀଙ୍କ କମ ଆୟରେ ତଲଆଡଜୁ ଦ୍ବିତୀୟ ସ୍ଥାନରେ ଓଡ଼ିଶା । 314 ବ୍ଲକକୁ ସର୍ବନିମ୍ନ 35 ପ୍ରତିଶତ ଜଳସେଚନ ପ୍ରତିଶ୍ରୁତି ପ୍ରତାରଣା ହୋଇଛି, କାଳିଆ ଯୋଜନାରେ ବର୍ଷକୁ 10 ହଜାର ଦେବେ କହି 4 ହଜାରରେ ଭଣ୍ଡେଇ ଦେଲେ ସରକାର । ତା ପରେ ପୁଣି କଟନୀ ଛଟନୀ, ମଣ୍ଡି ଧୋକ୍କା । ଏବେ ମନ୍ତ୍ରୀ ସମୀର ଦାଶ କହୁଛନ୍ତି ସବୁ ଧାନ କିଣିହେବନି ।
ଓଡିଶା ଖବର ଆହୁରି ପଢନ୍ତୁ