ଗୁରୁତର ଅବସ୍ଥାରେ ତାଙ୍କୁ ପରିବାର ଲୋକେ ଉଦ୍ଧାର କରି ପ୍ରଥମେ କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗୌରୀଶଙ୍କରଙ୍କର ମୃତ୍ୟୁ ହୋଇଛି । ମହୁମାଛି ଆକ୍ରମଣରେ ଅକାଳରେ ଝଡିଯାଇଛି ଏକ ନିଷ୍ପାପ ଜୀବନ। ଘଟଣାକୁ ନେଇ ରଜାମରା ଗାଁରେ ଶୋକର ଛାୟା ଖେଲିଯାଇଛି ।
ମହୁମାଛି ଆକ୍ରମଣରେ ନାବାଳକ ମୃତ

ଅର୍ଗସ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ରଜାମରା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ମହୁମାଛି ଆକ୍ରମଣରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତ ନାବାଳକ ହେଲେ ରଜାମରା ଗାଁର ଗୌରୀ ଶଙ୍କର ରଣା (୧୩)। ଗୌରୀ ସେଠାରେ ଏକ ମହୁଲ ଗଛ ଥିବା ମହୁଫେଣାକୁ ଢେଲା ମାରିଥିଲେ। ହଠାତ ମହୁମାଛି ମାନେ ଆସି ଗୌରୀଙ୍କୁ ଆକ୍ରମଣ କରିଥିଲେ।
Download Argus News App
