ଅର୍ଗସ ବ୍ୟୁରୋ:କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଜାମୁଳେଇବେଡା ଗ୍ରାମରେ ଘଟି ଯାଇଛି ଅଭାବନୀୟ ଘଟଣା। ସାପ କାମୁଡାରେ ଜଣେ ନାବାଳକ ର ମୃତ୍ୟୁ ଘଟିଛି। ମୃତ ନାବାଳକ ଗ୍ରାମର ଆର୍ତ୍ତ ମୁଣ୍ଡାଙ୍କ ପୁଅ ରଞ୍ଜନ ମୁଣ୍ଡା । ମିଳିଥିବା ସୂଚନା ଅନୁଯାୟୀ ନାବାଳକ ଜଣଙ୍କ ସାଙ୍ଗ ମାନଙ୍କ ସହ ମାଛ ଧରିବାକୁ ଯାଇଥିବା ସମୟରେ ତାଙ୍କୁ ଏକ ସାପ କାମୁଡି ଦେଇଥିଲା।
ରାତିରେ ଅସୁସ୍ଥ ହୋଇ ପଡିବାରୁ ପରିବାର ଲୋକେ ଗୁଣିଆ ଙ୍କ ଦ୍ଵାରା ଝଡାଫୁଙ୍କା କରିଥିଲେ। ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପାଟଣା ମେଡିକାଲ ରେ ଭର୍ତ୍ତି କରିଥିବା ବେଳେ ଡ଼ାକ୍ତର ରିସିଭ ଡେଥ ଘୋଷଣା କରିଥିଲେ।