ନିଜ ଦରମାରୁ ଏକ ଲକ୍ଷ ଟଙ୍କାର ଚେକ ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ
ବ୍ରହ୍ମପୁର: ୧୦ ବର୍ଷର ନାବାଳିକାଙ୍କୁ ଗଣଦୁଷ୍କର୍ମ । ବ୍ରହ୍ମପୁର ସଦରଥାନା ଅଞ୍ଚଳରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା ଘଟିଛି । ଘରେ କେହି ନଥିବାର ସୁଯୋଗ ନେଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଘଟଣାରେ ୩ ଜଣ ଅଭିଯୁକ୍ତ ନାବାଳକଙ୍କୁ ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଛି । ତେବେ ସମସ୍ତ ଅଭିଯୁକ୍ତ ନାବାଳିକାଙ୍କ ଗାଁର ହୋଇଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ଗତକାଲି ନାବାଳିକାର ଘରେ ବାପା ମାଆ କେହି ନଥିବା ବେଳେ ଏକୁଟିଆ ନାବାଳିକା ଜଣକ ରହିଥିଲେ।ଠିକ ସେତିକି ବେଳେ ତିନି ନାବାଳକ ଆସି ଦୁଷ୍କର୍ମ କରିଥିବା ଜଣାପଡ଼ିଛି । ଏନେଇ ଗତକାଲି ନାବାଳିକାର ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଏତଲା ହୋଇଥିଲା। ଏତଲାକୁ ଆଧାର କରି ପୋଲିସର ପ୍ରାଥମିକ ତଦନ୍ତରୁ ତିନି ନାବାଳକକୁ ଡାକି ପଚରାଉଚରା କରାଯାଉଛି। ପରେ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ଏସ୍ସି।