ଆଜି ଦିଲ୍ଲୀ ମେୟର ନିର୍ବାଚନ
କରଞ୍ଜିଆରେ ଲଜ୍ଜା: ୫ବର୍ଷ ଶିଶୁକନ୍ୟାକୁ ଦୁଷ୍କର୍ମ
ମୟୁରଭଞ୍ଜ: ମୟୁରଭଞ୍ଜର କରଞ୍ଜିଆରେ ଲଜ୍ୟା। ଶିଶୁ ଦିବସରେ ଏକ 5ବର୍ଷର ଶୁଶୁକୁ ଦୁଷ୍କର୍ମ ହୋଇଥିବା ଘଟଣା ଜଣାପଡିଛ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । କରଞ୍ଜିଆ ଥାନା ଅନ୍ତର୍ଗତ କିଆବୋଳା ଗ୍ରାମର ପୂରେନ୍ଦ୍ର ମହାନ୍ତ (47) ଅପରାହ୍ନ 2ଟାରେ ଘରେ କେହି ନଥିବାର ସୁଯୋଗ ନେଇ 5ବର୍ଷର ଶୁଶୁ କନ୍ୟାକୁ ଦୁଷ୍କର୍ମ କରିଥିଲା । ଏନେଇ କରଞ୍ଜିଆ ଥାନାରେ ଗତକାଲି ରାତିରେ ଅଭିଯୋଗ ହୋଇଛି ।
ପୋଲିସ ଏକ ମାମାଲା ରଜୁ କରି ଅଭିଯୁକ୍ତ ପୂରେନ୍ଦ୍ର ମହାନ୍ତଙ୍କୁ କରଞ୍ଜିଆ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି । ପୀଡିତାକୁ କରଞ୍ଜିଆ ମେଡିକାଲକୁ ପରୀକ୍ଷା ପାଇଁ ପଠାଇଥିବା ଜଣା ପଡ଼ିଛ । ଏଥିସହିତ ଅଭିଯୁକ୍ତକୁ ଆଜି ମେଡିକାଲ ଟେଷ୍ଟ ପରେ ବାରିପଦା ଜେଲକୁ ପଠାଇବା ନେଇ ଆଇଆଇସି ସୂଚନା ଦେଇଛନ୍ତି ।
Download Argus News App
