କଟକ ବଡ଼ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ ନାବାଳିକା ପରେ ଶବ ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର କରାଗଲା । ମୃତ ଶରୀର ଆଜି ସକାଳେ ଗ୍ରାମରେ ପହଁଚିବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଅନ୍ୟପଟେ ମୃତ ପୀଡିତାଙ୍କ ସମ୍ପର୍କୀୟ କହିବା ଅନୁଯାୟୀ ଅଭିଯୁକ୍ତଙ୍କ ଦାଦା ଘରକୁ ଆସି ଧମକ ଦେଉଛନ୍ତି । ଅଭିଯୁକ୍ତ ସହିତ ତାର ସହଯୋଗୀ ମାନଙ୍କୁ ଶୀଘ୍ର ଗିରଫ କରି ଦୋଷୀକୁ କୋଠରରୁ କୋଠର ଦଣ୍ଡ ଦେବା ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି ।
5 ଦିନ ଧରି ନାବାଳିକା ଦୁଷ୍କର୍ମ ଘଟଣା, ଶୀଘ୍ର ଦୋଷୀକୁ ଦଣ୍ଡ ଦେବାକୁ ଦାବି
ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅନ୍ତର୍ଗତ ଝାଲିଆମାରା ଗାଁରେ ପହଞ୍ଚିଲା ଦୁଷ୍କର୍ମର ଦୁଇ ଦିନ ପରେ ମୃତ୍ୟୁବରଣ କରିଥିବା ପୀଡିତାର ମୃତ ଦେହ । ପାଣି ଟାଙ୍କି ଭିତରେ ନାବାଳିକାକୁ ପାଞ୍ଚ ଦିନ ଧରି ଦୁଷ୍କର୍ମ ଓ ଦୁଇ ଦିନ ପରେ ଚିକିତ୍ସାଧୀନ ଅବସ୍ଥାରେ ପିଡ଼ିତାର ମୃତ୍ୟୁ ହୋଇଥିଲା।
Download Argus News App
