ଢେଙ୍କାନାଳ କଙ୍କଡାହାଡ ବ୍ଲକ ଦେବଗଣ ସାହିରେ ଏଭଳି ବାହାଘର ଦେଖିବାକୁ ମିଳିଛି। ଆପଣମାନେ ତ ଆଗରୁ ବରକନ୍ୟାଙ୍କ ବିବାହ ଦେଖିଥିବେ। ବର ବାଜା ଯେଉଁ ଭଳି ଭାବରେ ବାଜା ବାଣ ରୋଷଣୀ ନେଇ ଵିବାହ କରିଥାଏ, ଠିକ ସେହିଭଳି ଅନୁରୂପ ଭାବରେ ଏ ବିବାହ ମଧ୍ୟ ହୋଇଥିବାର ଦେଖିବାକୁ ମିଳିଥିଲା।
ବିଶ୍ୱାସ ରହିଛି ଯେ ଯେଉଁ ପିଲା ମନେ ଜନ୍ମ ହେବା ମା’ ଠାରୁ କ୍ଷୀର ଖାଇବା ସମୟରେ ସେମାନଙ୍କର ଉପର ମାଢିରେ ଗୋଟିଏ ଦାନ୍ତ ଦେଖାଯାଇଥାଏ, ସେମାନଙ୍କର ଭବିଷ୍ୟତରେ ଗ୍ରହ ନକ୍ଷତ୍ର ଖରାପ ଥିବାର ଜଣାଯାଏ। ତେବେ ଏ ଦୋଷ କାଟିବା ପାଇଁ କୁକୁର ସହ ବିବାହ କରାଇଲେ ରିଷ୍ଟ ଖଣ୍ଡନ ହୋଇଥାଏ ବୋଲି ସେଠାକାର ବିଶ୍ୱାସ ରହିଛି। ଆଉ ଏହି ବିଶ୍ଵାସ, ଅନ୍ଧବିଶ୍ଵାସକୁ ପ୍ରେରିତ କଲେ ସୁଧା ପ୍ରଶାସନ ତପ୍ତର ହେଉନାହିଁ। ବାରାମ୍ଵାର ଏଭଳି ଘଟଣା ଦେଖିବାକୁ ମିଳୁଛି।