୨୪ ଜଣ ସାକ୍ଷ୍ୟ ଓ ୧୪ ଟି ଡକ୍ୟୁମେଣ୍ଟ ଆଧାରରେ କୋର୍ଟ ଏହି ରାୟ ଦେଇଛନ୍ତି। ଏହା ସହ ନାବାଳିକାକୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ତେବେ ୨୦୧୮ ମସିହାରେ କଟକ ଫେଜ ୨ ଥାନା ଅଂଚଳରେ ଆସାମୀ, ନାବାଳିକାକୁ ଦୁଷ୍କର୍ମ କରିଥିଲା। ଏ ନେଇ ନାବାଳିକା ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା। ଘଟଣା ସମୟରେ ଆସାମୀକୁ ୨୩ ବର୍ଷ ବୟସ ହୋଇଥିଲା। ଏ ନେଇ ସୂଚନା ଦେଲେ ପବ୍ଲିକ ପ୍ରୋସେକ୍ୟୁଟର ରମେଶ ମହାନ୍ତି।