କଟକ: ଟିକ୍ଟକ୍ ଭିଡିଓ ମାଧ୍ୟମରେ ହଜି ଯାଇଥିବା ପୁଅକୁ ଫେରିପାଇଲା ମା। କିଛି ଦିନ ତଳେ କଟକ ସଦର ଅଞ୍ଚଳ ଭଣପୁର ଗ୍ରାମର ଗୋଟିଏ ମା ର ପୁଅ 11 ଦିନ ହେବ କେଉଁ ଆଡେ ଚାଲିଯାଇଥିଲା । ଏହା ପରେ ବହୁ ଖୋଜାଖୋଜି ସତ୍ୱେ ମା ପୁଅକୁ ପାଇ ନଥିଲା। ମା ଟି ସବୁଦିନ ଯାହାକୁ ଦେଖେ ପଚାରି ବୁଝିଥାଏ ଆରେ ମୋ ପୁଅକୁ କିଏ ଦେଖିଚ ! ଏମିତି ପଚାରି ପଚାରି ମନେ ମନେ କାନ୍ଦି କାନ୍ଦି ଦିନ ପାହି ରାତି ସରିଯାଏ ହେଲେ ପୁଅର କିଛି ଖୋଜ୍ଖବର ମିଳିନଥିଲା ।
ପୁଅ ଟିକେ ମାନସିକ ବିକାରଗସ୍ତ ଥିବାରୁ ପୁଅ ଆଉ ଫେରିବ ବୋଲି ଆଶା ମଧ୍ୟ ଛାଡି ଦେଇଥାଏ ମା । ହେଲେ କିଛି ଦିନ ତଳେ ମୋବାଇଲରେ ସେଇ ସାହିର ପିଲା ଟିକ୍ଟକ୍ ଭିଡ଼ିଓରେ ହଜିଲା ପିଲାକୁ ଜଣେ ମହିଳା ଖାଇବାକୁ ଦେଉଥିବା ଭିଡ଼ିଓ ଦେଖିବାକୁ ପାଇଥିଲେ । ତାପରେ ସାହିପିଲା ଏହି ଭିଡିଓକୁ ହଜିଲା ପୁଅର ମାକୁ ଦେଖାଇଥିଲେ । ମା ଚିହ୍ନିପାରି କହିଲେ ହଁ ସେ ମୋ ପୁଅ କେଉଠି ଅଛି ମତେ ଟିକେ ନେଇଚାଲ ମୋ ପୁଅ ପାଖକୁ । ତାପର ସାହି ପିଲାମାନେ ଯୋଗାଯୋଗ କରିଥିଲେ ଯେଉଁ ବ୍ୟକ୍ତି ଏହି ପୋଷ୍ଟ କରିଥିଲେ । ପରେ ଜଣା ପଡିଥିଲା ହଜିଯାଇଥିବା ପିଲା ପଟିଆ ଅଂଚଲେରେ ଅଛି ବୋଲି । ପରେ ଫେରି ପାଇଥିଲା ମା ତା ପୁଅକୁ।

