ଅର୍ଗସ ବ୍ୟୁରୋ : ଦୀର୍ଘ ଦିନ ଧରି ନିଖୋଜ ଥିବା ମହିଳାଙ୍କ ନର କଙ୍କାଳ ଜଙ୍ଗଲରୁ ଉଦ୍ଧାର। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ବାଲିଯୋଡ଼ି ଗ୍ରାମ ନିକଟରେ। ଘଟଣାରୁ ପ୍ରକାଶ କଳାହାଣ୍ଡି ଜିଲ୍ଲା ବିଶ୍ଵନାଥ ପୁର ଥାନା ଅଧୀନସ୍ଥ କୁଟ୍ରାଗୁଡ଼ା ଗ୍ରାମର ଅନୁଷୟା ହରିଜନଙ୍କୁ ଅମ୍ବାଦଳା ଥାନା ଅନ୍ତର୍ଗତ କଦମ୍ବଗୁଡ଼ା ଗ୍ରାମର ରାହୁଲ କରକରିଆ କେରଳରେ ପ୍ରେମ ବିବାହ କରି ଏକ ବର୍ଷ ସୁଖ ସଂସାରରେ ରହି ଆସୁଥିଲେ।
ମାସେ ତଳେ ଅନୂଷୟା ନିଜ ଗାଁକୁ ଆସୁଥିବା ସମୟରେ ରାହୁଲ ବାଲିଯୋଡିରେ ଥିବା ତାଙ୍କ ଭଉଣୀ ଓ ଭିଣୋଇକୁ ଟ୍ରେନ୍ ରୁ ନେଇ ନିଜ ଘରେ ରଖିବା ପାଇ ଟେଲିଫୋନ ଯୋଗେ ଜଣାଇ ଥିଲେ। ତେଣୁ ରାହୁଲ ଙ୍କ ଭିଣୋଇ ମୁନିଗୁଡା ଷ୍ଟେସନ୍ରୁ ଆଣି ନିଜ ଘରେ ରାହୁଲଙ୍କ ସ୍ତ୍ରୀକୁ ରଖିଥିଲେ।୧୫ ଦିନ ପରେ ମହିଳା ଜଣଙ୍କ କେଉଁ ଆଡେ ଚାଲି ଯାଇଥିବା ନେଇ ଭିଣେଇ ତାଙ୍କ ଙ୍କ ସମ୍ପର୍କୀୟଙ୍କୁ ଜଣାଇ ଥିଲେ।
ଏନେଇ ଅନୁସୟାଙ୍କ ପରିବାର ପକ୍ଷରୁ ଅମ୍ବାଦଳା ଥାନାରେ ସେପ୍ଟେମ୍ବର ୩ ତାରିଖରେ ଏକ ନିଖୋଜ ଏତଲା ଦିଆଯାଇଥିଲା। ଏହାକୁ ନେଇ ଅମ୍ବାଦଳା ପୋଲିସ୍ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଜାରି ରଖି ଥିବା ବେଳେ ବେଶେଷ ସୂତ୍ରରୁ ଖବର ପାଇ,ସାଇଣ୍ଟିଫିକ ଟିମ୍ ସହ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଜଙ୍ଗଲରୁ ମହିଳା ଅନୁସୟାଙ୍କ ମୃତ ଦେହ ଏକ ବସ୍ତା ଭିତରେ ଥିବା ଅବସ୍ଥା ରେ ଉଦ୍ଧାର କରି ଶବ ବେବେଛେଦ ପାଇଁ କୋରାପୁଟ ମେଡିକାଲକୁ ପଠାଇ ଥିବା ବେଳେ ଭିଣେଇ ଶ୍ରୀଚରଣ କୁସୁଲିଆ ଓ ତାଙ୍କ ସ୍ତ୍ରୀ କୁ ଥାନା ରେ ଅଟକ ରଖି ତଦନ୍ତ ଜାରି ରଖିଛି।ଅନ୍ୟ ପରେ ମହିଳା ଜଣଙ୍କୁ ଭିଣେଇ ଶ୍ରୀଚରଣ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଥିବା ନେଉ ଆନୁସୟାଙ୍କ ପରିବାର ଅଭିଯୋଗ ଆଣିଛନ୍ତି । ଅଭିଯୋଗ କୁ ଆଧାର କରି ଶ୍ରୀ ଚରଣ ଓ ତାଙ୍କ ସ୍ତ୍ରୀ ଙ୍କୁ ଥାନା ରେ ଅଟକ ରଖାଯାଇଛି।
ଅପରାଧ ଖବର ଆହୁରି ପଢ଼ନ୍ତୁ ।