କରୋନା ପାଇଁ ଦେଶ ତଥା ରାଜ୍ୟ ଘୋର ଅର୍ଥାଭାବ ଦେଇ ଗତି କରୁଥିବା ବେଳେ, ଅର୍ଥର ସୁବିନିଯୋଗ କରିବା ପରିବର୍ତ୍ତେ ଏଠାରେ ସରକାରୀ ଅର୍ଥର ଅପବ୍ୟବହାର କରାଯାଉଛି। ଏଭଳି ବ୍ୟତିକ୍ରମ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାରେ। ଯଦିଓ ଆଗାମୀ ଦିନର ସ୍ବାସ୍ଥ୍ୟ ଭିତିକ ଆବଶ୍ୟକତା ତଥା ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବସ୍ଥା ଥିବା ଆମ୍ବୁଲାନ୍ସ ଗୁଡିକୁ ଡିଏମଏଫ୍ ଏବଂ ଓମ୍ବାର୍ଡସି ପାଣ୍ଠିରୁ କିଣା ଯାଉଛି, ତଥାପି ପୁରୁଣା 108ଆମ୍ବୁଲାନ୍ସ ଗୁଡିକ ଖରାପ ହୋଇ ପଡ଼ିଥିଲେ ମଧ୍ୟ ତାହାକୁ ମରାମତି କରାଯାଉ ନାହିଁ। ଯାହା ଫଳରେ ପାଖାପାଖି 5ରୁ ଉର୍ଦ୍ଧ୍ବ 108 ଆମ୍ବୁଲାନ୍ସ ଗୁଡିକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଟୀକା ଭଣ୍ଡାର ଓ ବାର୍ଦ୍ଧକ୍ୟ ଜନିତ ରୋଗ ବିଭାଗ ସମ୍ମୁଖରେ ଖତ ଖାଉଛି । ସେପଟେ ଏହାକୁ ନେଇ ଜିଲ୍ଲାବାସୀ ଅସନ୍ତୋଷ ପ୍ରକାଶ କରିବା ସହ ଡିଏମଏଫ ପାଣ୍ଠିର ଅପବ୍ୟୟ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି। ସବୁଠୁ ବଡ଼ କଥା ହେଉଛି ଆମ୍ବୁଲାନ୍ସ ଗୁଡିକ ସାମାନ୍ୟ ଖରାପ ହୋଇ ପଡ଼ି ଥିବାବେଳେ ଯଦି ଉପଯୁକ୍ତ ମରାମତି କରାଯାଇଥାନ୍ତା, ତେବେ ଆମ୍ବୁଲାନ୍ସ ଗୁଡିକର ସୁବିନିଯୋଗ ହୋଇପାରିଥାନ୍ତା।
ସରକାରୀ ଅର୍ଥକୁ ଅପବ୍ୟବହାର, ଖତ ଖାଉଛି 108 ଆମ୍ବୁଲାନ୍ସ
କେନ୍ଦୁଝର : କଥାରେ ଅଛି ସରକାର କା ମାଲ ଦରିଆ ମେ ଡାଲ। ଏପରି କହିବାର ଉଦ୍ଦେଶ୍ୟ ହେଉଛି କେନ୍ଦୁଝର ଜିଲ୍ଲାରେ ମରାମତି ଅଭାବରୁ ଖତ ଖାଉଛି 108 ଆମ୍ବୁଲାନ୍ସ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଟୀକା ଭଣ୍ଡାର ଓ ବାର୍ଦ୍ଧକ୍ୟ ଜନିତ ରୋଗ ବିଭାଗ ସମ୍ମୁଖରେ ଖତ ଖାଉଛି 5ରୁ ଉର୍ଦ୍ଧ୍ବ 108 ଆମ୍ବୁଲାନ୍ସ। ଗୋଟିଏ ପଟେ ପୁରା ଓଡ଼ିଶା ଆର୍ଥିକ ଅନଟନ ଦେଇ ଗିତି କରୁଥିବା ବେଳେ, ସରକାରଙ୍କ ଅର୍ଥକୁ ଏଭଳି ଅପବ୍ୟବହାର ବ୍ୟଥିତ କରିଛି। ଖଣିଜ ପାଣ୍ଠିରୁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଅଲ୍ଟ୍ରା ମଡର୍ଣ୍ଣ ଆମ୍ବୁଲାନ୍ସ କିଣା ଯାଇଥିବା ବେଳେ ସରକାରୀ ଅର୍ଥର ଏଭଳି ଅପବ୍ୟୟ ହୋଇଛି।
Download Argus News App
