ହେଲେ, ରୋଗୀ ଏଠାରେ ଭର୍ତ୍ତି ହେବାପରେ ଲଗାତାର ଗୋଟିଏ ପରେ ଗୋଟିଏ ଅଘଟଣ ଘଟି ଚାଲିଛି। ଫଳରେ, ରୋଗୀ ଓ ସେମାନଙ୍କ ସଂପର୍କୀୟ ଭୟଭୀତ ଅବସ୍ଥାରେ। ଗତକାଲି ପଞ୍ଚମ ମହଲାରେ ସିଲିଂ ଖସିଥିଲା। ପୁଣି ସୁପର୍ସ୍ପେସାଲିଟି ବ୍ଲକ୍ର ତୃତୀୟ ମହଲାରେ ଥିବା ଏଣ୍ଡୋକ୍ରିନୋଲୋଜି ବିଭାଗ ଛାତରୁ ସିଲିଂର ବିରାଟ ଅଂଶ ଖସିପଡ଼ିଛି। ଏହି ଘଟଣାରେ ରୋଗୀ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି। ସୌଭାଗ୍ୟ କ୍ରମେ ଏଥିରେ କେହି ଆହତ ହୋଇନାହାନ୍ତି। ଏହି ଘଟଣାକୁ ନେଇ ରୋଗୀ ମହଲରେ ଭୟର ବାତାବରଣ ଦେଖାଦେଇଛି।
୨୦୨୧ ମସିହାରେ ଏମ୍କେସିଜିରେ ତିଆରି ହୋଇଥିବା ଏହି ସୁପର୍ସ୍ପେସାଲିଟି ବ୍ଲକ୍ରେ ସମସ୍ତ ସୁପର୍ସ୍ପେସାଲିଟି ବିଭାଗ କାର୍ଯ୍ୟକ୍ଷମ ରହିଛି। କୋଠାର ପଞ୍ଚମ ମହଲାରେ ରହିଛି ଓଟି କମ୍ପ୍ଲେକ୍ସ। ଗତମାସ ୨୬ ତାରିଖରେ ଓଟି କମ୍ପ୍ଲେକ୍ସର ୟୁରୋଲୋଜି ବିଭାଗ ଓଟିରେ ସର୍ଟସର୍କିଟ୍ ହୋଇ ଅଗ୍ନିକାଣ୍ଡ ଘଟିଥିଲା। ଫଳରେ, ବିଦ୍ୟୁତ୍ ତାରଗୁଡ଼ିକ ପୋଡ଼ି ଯାଇଥିବାବେଳେ ଓଟିର ବିଭିନ୍ନ ଯନ୍ତ୍ରପାତି ମଧ୍ୟ ନିଆଁ ଲାଗି ନଷ୍ଟ ହୋଇ ଯାଇଥିଲା।ଏହି ଘଟଣାରେ ଶଯ୍ୟାଶାୟୀ ରୋଗୀଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ସ୍ଥାନାନ୍ତର କରି ଦିଆଯିବା ଫଳରେ ରୋଗୀ ଅଳ୍ପକେ ରକ୍ଷା ପାଇଯାଇଥିଲେ।
ସେହିଦିନଠାରୁ ଓଟି କମ୍ପ୍ଲେକ୍ସ ବନ୍ଦ ରହିଛି। ଖସି ପଡ଼ିଥିବା ସିଲିଂ ମରାମତି କରିବା ପାଇଁ ପିଡବ୍ଲୁଡି ବିଭାଗକୁ କୁହାଯାଇଥିବା ସେ କହିଛନ୍ତି। ବାରମ୍ବାର ଏହି ବ୍ଲକ୍ରୁ ସିଲିଂ ଖସୁଥିବାରୁ କାମର ମାନକୁ ନେଇ ବର୍ତ୍ତମାନ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗତକାଲି ନିମ୍ନମାନର କାମର ତଦନ୍ତ ଦାବି କରି ବିଜେପି ତରଫରୁ ଧାରଣା ଦିଆଯାଇଥିଲା।
ଓଡିଶା ଖବର ଆହୁରି ପଢ଼ନ୍ତୁ ।