ବିଜୁ ପକ୍କା ଘର ଯୋଜନାରେ ୩ ହଜାର ଟଙ୍କାର ସହାୟତାରେ ନରସିଂହପୁର ବିଡିଓଙ୍କର ଅନିୟମିତତା ଅଭିଯୋଗରେ ଧାରଣା ଦେଇଥିଲେ ଯୋଡୁମୁଁ ପଞ୍ଚାୟତର ଓଡ଼ସିଙ୍ଗା, ମର୍ଦ୍ଦମୁଖ, ଏବଂ ଯୋଡୁମୁଁ ଗ୍ରାମବାସୀ।
ହେଲେ ବିଧାୟକଙ୍କୁ ଏ ବାବଦରେ ପଚାରିଲା ବେଳେ ସେ ଇଂରାଜୀ ରେ ଦାନ୍ତ ରଗଡିଥିଲେ, କହିଥିଲେ Don’t Hurt Me…। ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖାଦେଇଛି।
ସୂଚନାଯୋଗ୍ୟ, କେବଳ ଯୋଡୁମୁ ଗାଁର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ୧୭ ପରିବାର ବାଦ ପଡିଛନ୍ତି। ଅନ୍ୟପଟେ ବିଜୁ ପକ୍କା ଘର ଯୋଜନାରେ ୩ ହଜାର ଟଙ୍କାର ସହାୟତାରେ ନରସିଂହପୁର ବିଡିଓ ହେରଫେର କରିଛନ୍ତି।
ଯାହାକୁ ନେଇ ନରସିଂହପୁର ବ୍ଲକ ସାମ୍ନାରେ ଧାରଣାରେ ବସିଥିଲେ ଗ୍ରାମବାସୀ। ଏହି ସମୟରେ ବିଧାୟକ ଦେବୀ ମିଶ୍ର ବ୍ଲକ ସମ୍ମିଳନୀରେ କୋଭିଡ ବୈଠକ ସାରି ଫେରିବା ବେଳେ ବିଧାୟକଙ୍କୁ ଆପତ୍ତି କରିଥିଲେ ଧାରଣା ଦେଇଥିବା ଗ୍ରାମବାସୀ।
କିଛି ସମୟ ପାଇଁ ବିଧାୟକ ଓ ଭୋଟରଙ୍କ ମଧ୍ୟରେ ଯୁକ୍ତି ତର୍କ ପରେ ବିଡ଼ିଓଙ୍କୁ କଥା ବୁଝିବା ପାଇଁ ତାଗିଦ୍ କରିଥିଲେ ବିଧାୟକ ।
ତେବେ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ, ଏହି ଧାରଣା କୁ କେତେଦୂର ଗ୍ରହଣ କରୁଛି ସ୍ତାନୀୟ ପ୍ରଶାସନ ବା ବିଡିଓ ତାହା ଦେଖିବାକୁ ବାକି ରହିଲା।