କେବଳ ଏଇ ଗୋଟିଏ ଘଟଣା ନୁହେଁ ଏହିଭଳି ଅନେକ ବିଜେଡିର ନେତା ମନ୍ତ୍ରୀଙ୍କ କ୍ଷେତ୍ରରେ ବି ଏମିତି ଅଭିଯୋଗ ରହିଛି । ସେମାନଙ୍କ ବୋହୁ ଠୁ ନେଇ ଘରେ କାମ କରୁଥିବା ଚାକରାଣୀ ଅଭିଯୋଗ ଆଣିଛନ୍ତି । ମା’ କୁ ସମ୍ମାନ କେବଳ ମୁହଁରେ କୁହନ୍ତି ମାତ୍ର ବାସ୍ତବରେ ତାହା କେବେ ପାଳନ କରନ୍ତି ନାହିଁ ।
ତେଣୁ ଘରେ ପ୍ରଥମେ ମା’ କୁ ସମ୍ମାନ ଦେଇ ଶିଖନ୍ତୁ ଆଉ ସମାଧାନ କରନ୍ତୁ ପରେ ବାହାରେ ଲୋକଙ୍କୁ କହିବେ ବୋଲି କହିଛନ୍ତି କୁସୁମ ଟେଟେ । ଅନୁଭବ ରିଲ୍ ଲାଇଫରେ ସୁନ୍ଦର ଅଭିନୟ କରନ୍ତି ମାତ୍ର ରିୟଲ ଲାଇଫ୍ ରେ ସମ୍ପୂର୍ଣ୍ଣ ଭିନ୍ନ । ତେଣୁ ସେ ପ୍ରଥମେ ମା’ ଅର୍ଥାତ ମହିଳାମାନଙ୍କୁ ସମ୍ମାନ ଦେଇ ଶିଖନ୍ତୁ ବୋଲି ମଧ୍ୟ କହିଛନ୍ତି କୁସୁମ ଟେଟେ ।
ସୋସିଆଲ ମିଡିଆରେ ଅନୁଭବଙ୍କ ଦୁଇଟି ଭିଡିଓ ପରେ ଗତକାଲି କଟକ ପୁରୀଘାଟ ଥାନାରେ ଏତଲା ଦେଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଯାହା ପରେ ବିଭିନ୍ନ ମହଲରେ ବର୍ଷା-ଅନୁଭବଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି
।
ଆହୁରି ଅଧିକ ଓଡିଶାର ଅନ୍ଯାନ୍ଯ ତାଜା ଖବର ପଢ଼ନ୍ତୁ ।