ସ୍ୱାସ୍ଥ୍ୟଗତ ଚିକିତ୍ସା ନିମନ୍ତେ ସାତ ଦିନ ପାଇଁ ବିଧାୟକଙ୍କୁ ଉଚ୍ଚ ନ୍ୟାୟାଳୟ ଅନ୍ତରୀଣ ଜାମିନ ଦେଇଛନ୍ତି। ଅନ୍ତରୀଣ ଜାମିନ ଅବଧି ସରିବା ପରେ ଆସନ୍ତା ମଇ ୪ ତାରିଖ ଦିନ ସକାଳ ୭ ଘଟିକାରେ ବିଧାୟକ ଆତ୍ମସମର୍ପଣ କରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ବିଧାୟକଙ୍କ ପାଇଁ କୋର୍ଟ ଏକାଧିକ ସର୍ତ୍ତାବଳୀ ରଖିଥିବା ଜଣାପଡିଛି।
ଆହୁରି ଅଧିକ ଓଡିଶା ଖବର ପଢନ୍ତୁ...
ଦବଙ୍ଗ ବିଧାୟକଙ୍କୁ ୭ ଦିନ ପାଇଁ ଅନ୍ତରୀଣ ଜାମିନ

ଅର୍ଗସ ବ୍ୟୁରୋ: ଜେଲରୁ ମୁକୁଳିଲେ ଦବଙ୍ଗ ବିଧାୟକ ପ୍ରଶାନ୍ତ ଜଗଦେବ। ଖୋର୍ଦ୍ଧା- ଆଜି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଆଜି ବାଣପୁର ସବଜେଲରୁ ମୁକୁଳିଛନ୍ତି। ବିଧାୟକଙ୍କୁ ଉଚ୍ଚ ନ୍ୟାୟାଳୟ ୭ ଦିନ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ ପରେ ସେ ଆଜି ସାମୟିକ ଭାବେ ଜେଲରୁ ମୁକୁଳିଛନ୍ତି।
Download Argus News App
