କିଛି ଗଛ ଆଗରୁ କଟା ସରି ଥିବାବେଳେ କିଛି ଗଛ କାଟିବା ପାଇଁ ନମ୍ବରିଂ ସରିଛି । ଏହି ଗଛ ସବୁ କଟାଯିବା ପରେ ତାର ଗଣ୍ଡି ନିଲାମ ହେଉଛି । ଆଉ ବଳକା ଯାହା ରହୁଛି ଭୋଜି ହେଉଛି । ଏ କଥା ଆମେ କହୁନୁ କହିଛନ୍ତି ଏଠାକା ସିକ୍ୟୁରିଟି ।
ଅଧିକ ଓଡିଶା ନ୍ୟୁଜ ପଢନ୍ତୁ...
ପୁରୁଣା MLA କ୍ବାଟରକୁ ଭାଙ୍ଗି ନୁଆ କ୍ବାଟର ତିଆରି କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଯାହାକୁ ନେଇ 2022 ମେ ମାସରେ ଆରମ୍ଭ ହୋଇଥିଲା ଗଛ କଟା ଅଭିଯାନ । ସେ ସମୟରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା । ମାମଲା ହାଇକୋର୍ଟକୁ ବି ଯାଇଥିଲା । ହାଇକୋର୍ଟ ନିଷ୍ପତ୍ତି ନ ଆସିବା ପର୍ଯ୍ୟନ୍ତ ସବୁ କାର୍ଯ୍ୟ ବନ୍ଦ ରହିବାର କଥା । ହେଲେ ପୁଣି ଲୋକଙ୍କ ଆଢୁଆଳରେ ଆରମ୍ଭ ହୋଇଯାଇଛି ଗଛ କଟା ।