ସେପଟେ ବିଜେଡି ମେୟର ଘୋଷଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ସୁରେଶ କୁମାର ରାଉତରାୟ। ସେ କହିଛନ୍ତି, ଗତକାଲି କଂଗ୍ରେସ ମଧ୍ୟ ତାର ମେୟର ପ୍ରାଥି ଘୋଷଣା କରିଥିଲା । ମଧୁସ୍ମିତା ଆଚାର୍ଯ୍ୟ ଜଣେ ଉଚ୍ଚ ଶିକ୍ଷିତ ମହିଳା । ସେ ନିଶ୍ଚୟ ଜିତିବେ । ଭୁବନେଶ୍ଵର ଉନ୍ନତି ପଥରେ କଂଗ୍ରେସ ସଦାସର୍ବଦା ଚେଷ୍ଟିତ ରହିଛି । ବିଜେଡି ଶାସନ ସମୟରେ ଡ୍ରେନେଜ ସମସ୍ୟା ,ରାସ୍ତା ସମସ୍ୟା ଓ ଜଳ ସମସ୍ୟା ରହିଛି । ଯାହାର ନିହାତି ପରିବର୍ତ୍ତନ ଆବଶ୍ୟକ । ଓଡ଼ିଶାବାସୀ ମାନେ ବୁଝିଲେଣି ।
ତେଣୁ କଂଗ୍ରେସ ନିହାତି ଲଢେଇ କରିବ ଏବଂ ବିଜୟୀ ମଧ୍ୟ ହେବ । ରାଜଧାନୀରେ ଆଇନ ବ୍ୟବସ୍ଥା ମଧ୍ୟ ବିପର୍ଯ୍ୟସ୍ତ ଅବସ୍ଥାରେ ବୋଲି କହିଲେ ସୁର ରାଉତରାୟ । ଦିନକୁ ଦିନ ନାରୀ ନିର୍ଯ୍ୟାତନା କଥା କୁହନ୍ତୁ,ବ୍ରାଉନ ସୁଗାର ବେପାରୀ କଥା କୁହନ୍ତୁ ସମସ୍ତେ ସକ୍ରିୟ ହେଲେଣି । ଯେଉଁଠି ବିଜେଡି ସର୍ଵଦା ନାରୀଙ୍କୁ ସମ୍ମାନ କଥା କୁହେ ସେଇଠି ନାରୀ ସର୍ବଦା ଅବହେଳିତ ।