ସୂଚନାଯୋଗ୍ୟ, ରାଜ୍ୟରେ ମେ 5 ରୁ 19 ପର୍ଯ୍ୟନ୍ତ ଲକଡାଉନ ଲାଗୁ ହୋଇଛି । ଲାକଡାଉନ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଭୁବନେଶ୍ୱର ଡିସିପି । ଗଳି କନ୍ଦିରେ ଜଗିବେ ଫୋର୍ସ । ବିଶେଷ କରି ଅତ୍ୟାବଶ୍ୟକୀୟ ସାମଗ୍ରୀ ନାଁରେ ଏଣେ ତେଣେ ଘୁରି ବୁଲୁଥିବା ଅମାନିଆଙ୍କ ଉପରେ ନଜର ରଖିବାକୁ ଗୁରୁତ୍ୱ ଦେଇଛି କମିଶନରେଟ ପୋଲିସ । ନିୟମ ପାଳନ ପାଇଁ ମୁତୟନ ହେବେ 22 ପ୍ଲାଟୁନ ଫୋର୍ସ । 150 ଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । 45 ଟି ସ୍ଥାନରେ ପୋଲିସ କରିବ ନାକାବନ୍ଦୀ ।
ଲକଡାଉନରେ ବନ୍ଦ ରହିବ ମୋ ବସ ସେବା

ଭୁବନେଶ୍ୱର: ଲକଡାଉନରେ ବନ୍ଦ ରହିବ ମୋ ବସ ସେବା । ସାଧାରଣ ଲୋକଙ୍କ ପାଇଁ ବସ ସେବା ବନ୍ଦ ରହିବ । ତେବେ ରେଳଷ୍ଟେସନରୁ ଯାତ୍ରୀ ମାନଙ୍କ ପାଇଁ କଟକ ଓ ଖୋର୍ଦ୍ଧାକୁ ବସ ସେବା ଉପଲବ୍ଧ ରହିବ । ସେହିପରି ବିମାନ ବନ୍ଦରରୁ ରେଳ ଷ୍ଟେସନ ପର୍ଯ୍ୟନ୍ତ ବସ ଚାଲିବ । ଏନେଇ ମୋ ବସ୍ ପରିଚାଳକ କ୍ରୁଟ୍ ପକ୍ଷରୁ ସୂଚନା ଦିଆଯାଇଛି ।
Download Argus News App
