ଅଧିକ ପଢନ୍ତୁ ଓଡ଼ିଶା ଖବର
ସେହିଭଳି ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ 'ମୋ ମାଟି, ମୋ ଦେଶ' କାର୍ଯ୍ୟକ୍ରମକୁ ନେଇ ଲୋକଙ୍କ ଭିତରେ ଉତ୍ସାହ ବଢିବାରେ ଲାଗିଛି । ଆଜି ବିଜେପି ନେତା ସଂଜୀବ ସାହୁଙ୍କ ତ୍ୱତାବଧାନରେ ବିଭିନ୍ନ ଗ୍ରାମରେ ପରିଭ୍ରମଣ କରିବା ସହ ଶହୀଦ ଦେବାଶିଷ ସେଠିଙ୍କ ପରିବାରଙ୍କୁ ସମ୍ମାନିତ କରାଯାଇଥଇଲା । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀରେ ବିଜେପିର ରାଜ୍ୟ ଯୁବମୁର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଅଞ୍ଜନ ପାଣିଙ୍କ ନେତୃତ୍ୱରେ ଆଜି 'ମୋ ମାଟି, ମୋ ଦେଶ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପ୍ରଥମେ ବାଇଗିଣିଆ ଗାଁରେ ପୂଜା ଅର୍ଚ୍ଚନା କରି, ମାଟି ସଂଗ୍ରହ କରାଯାଇଥିଲା । ପରେ, ଅମୃତ କଳସକୁ ଗ୍ରାମ ପରିକ୍ରମା କରିଥିଲା ।
ସେଠାରୁ ମାଟି ସଂଗ୍ରହ ପରେ, ଏହି ଅମୃତ କଳସ ତଳବେରେଣା ଗାଁ ଦେଇ ପହଞ୍ଚିଥିଲା ସିଆରିମାଳିଆ ଗ୍ରାମରେ । ସେଠାରେ ଗ୍ରାମବାସୀଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ କରି ଏହି ରଥକୁ ପାଛୋଟି ନେଇଥିଲେ । ତେବେ ଏହି ରଥକୁ ପଞ୍ଚୟତ ବାସୀ ଦୀପ ଧୂପ ଦେଇ ପୂଜା ଅର୍ଚ୍ଚନା କରି କଳସରେ ମାଟି ଦେଇଥିଲେ । ଏ ନେଇ ପଞ୍ଚୟତବାସୀ ବେଶ ଖୁସୀ ପ୍ରକଟ ହେବା ସହ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାଧୁବାଦ ଜଣାଇଛନ୍ତି । ସେହିଭଳି ବଲାଙ୍ଗୀର ଜିଲ୍ଲା ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ହୋଇଛି । ବିଧାୟକ ମୁକେଶ ମହାଲିଙ୍ଗଙ୍କ ନେତୃତ୍ବରେ 'ମୋ ମାଟି, ମୋ ଦେଶ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସାଧାରଣ ନାଗରିକ ଦେଶ ପାଇଁ ବଳିଦାନ ଦେଇଥିବା ଯବାନଙ୍କ ସ୍ମୃତିରେ ମାଟି ଦାନ କରିଛନ୍ତି ।