ଅଧିକ ପଢନ୍ତୁ : ଗାଁରୁ ଗାଁ ବୁଲି ବୀର ସହିଦଙ୍କ ବାସସ୍ଥାନରୁ ସଂଗ୍ରହ ହେଉଛି ମାଟି
କଳସରେ ମାଟି ସଂଗ୍ରହ କରି ଦିଲ୍ଲୀ ଅମୃତ ବାଟିକା ସ୍ଥାପନ ପାଇଁ ପଠାଇବା ଯିବ । ଆଜି ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମିଡିଆସେଲ ସଭାପତି ପରଶୁରାମ ବାରିକ, କଣିହାଁ ମଣ୍ଡଳ ସଭାପତି ଦେବେନ୍ଦ୍ର ବାରିକ ପ୍ରମୁଖ ଯୋଗ ଦେଇ ସଗ୍ରାମୀ ବିରତ୍ବ ଗାଥା ମନେ ପକେଇବା ସହ ସଂଗ୍ରାମୀ ପରିବାର ବର୍ଗକୁ ସମ୍ମାନିତ କରିଥିଲେ । ସେହିଭଳି ଅନୁଗୋଳ ବିଧାନସଭା ନିର୍ବାଚନ ମଣ୍ଡଳୀର ଉଭୟ ଶୁଶୁଡା ଓ ଖଲାରୀ ପଞ୍ଚାୟତରେ ମୋ ମାଟି ମେ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ହାତରେ ପିତଳ ହାଣ୍ଡି ଧରି ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଅନ୍ୟମାନେ ଉଭୟ ପଞ୍ଚାୟତରେ ବୁଲି ଅମୃତ ବାଟୀକା ପାଇଁ ମାଟି ସଂଗ୍ରହ କରିଥିଲେ । ବିଜେପି ନେତା ପ୍ରତାପ ଚନ୍ଦ୍ର ପ୍ରଧାନ , ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ତ୍ଵରାନ୍ବିତ ହୋଇ ଥିଲା ।
ଅନୁଗୋଳ ବିଧାନସଭା ନିର୍ବାଚନ ମଣ୍ଡଳୀର ଖିଣ୍ଡା ପଞ୍ଚାୟତରେ ମଧ୍ୟ 'ମୋ ମାଟି ମୋ ଦେଶ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଗାଁ ରେବ ପହଞ୍ଚିଥିଲା 'ମୋ ମାଟି ମୋ ଦେଶ'ର ରଥ । ପରେ ପରେ ଖିଣ୍ଡା ଗାଁର ଅନେକଙ୍କ ଘରୁ ଅମୃତ ବାଟୀକା ପାଇଁ ମାଟି ସଂଗ୍ରହ କରାଯାଇଥିଲା । ଏକ ଆଧ୍ୟାତ୍ମିକ ପରିବେଶରେ ସଂକୀର୍ତ୍ତନ ମଣ୍ଡଳୀ ଓ ଗ୍ରାମବାସୀ ରଥକୁ ପାଛୋଟି ନେଇଥିଲେ । ବିଜେପି ନେତା ଯଯାତି ପଟ୍ଟନାୟକଙ୍କ ନେତୃତ୍ୱରେ ଆଜିର ଏହି କାର୍ଯ୍ୟକ୍ରମ ତ୍ଵରାନ୍ବିତ ହୋଇ ଥିଲା । ସେହିଭଳି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ମଧ୍ୟ 'ମୋ ମାଟି, ମୋ ଦେଶ' କାର୍ଯ୍ୟକ୍ରମ ଅନିଷ୍ଠିତ ହୋଇଛି । ଆଜି ଏହି କାର୍ଯ୍ୟକ୍ରମରେ ବିଜେପି ନେତ୍ରୀ ଅଞ୍ଜଳି ବେହେରାଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି ।
ପ୍ରଥମେ ମାଧପୁର ଗ୍ରାମର ମା' କାଳିକାଙ୍କ ପୀଠରୁ ପୂଜାର୍ଚ୍ଚନା କରି ମାଟି ସଂଗ୍ରହ କରିବା ପରେ ଅମୃତ କଳସ ରଥ ଗ୍ରାମ ପରିକ୍ରମା ଆରମ୍ଭ କରିଥିଲା । ଉକ୍ତ ଅମୃତ କଳସ ରଥର ପରିକ୍ରମାରେ ବହୁ ବିଜେପି କର୍ମୀ ଓ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଜାତୀୟ ପତାକାକୁ ଧରି ଗାଁଗାଁ ବୁଲି ମାଟି ସଂଗ୍ରହ କରିଥିବା ଦେଖିବାକୁ ମିଳିଛି । ଏହି ଅମୃତ କଳସର ରଥକୁ ମାଧପୁର ପଞ୍ଚାୟତରେ ଥିବା ପ୍ରତ୍ୟେକ ଗ୍ରାମର ଲୋକମାନେ ଭବ୍ୟ ସ୍ଵାଗତ କରିଥିଲେ କଳସକୁ ଦିପ ଧୂପ ଦେଇ ପୂଜାର୍ଚ୍ଚନା କରିବା ସହ ହରିବୋଲ ହୁଳହୁଳି ଦେଇ କଳସରେ ମାଟି ଦାନ କରିଥିଲେ ।
ସେହିଭଳି ଢେଙ୍କାନାଳ ସଦର ନିର୍ବାଚନ ମଣ୍ଡଳୀର ନଡିଆଳି ପଞ୍ଚାୟତରେ ମଧ୍ୟ 'ମୋ ମାଟି ମୋ ଦେଶ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ବିଜେପିର ନେତା ବିଷ୍ଣୁ ପ୍ରସାଦ ଲେଙ୍କା ନେତୃତ୍ବରେ ଏହି 'ମୋ ମାଟି ମୋ ଦେଶ' କାର୍ଯ୍ୟକ୍ରମ କରାଯାଇଥିଲା । ପ୍ରଥମେ ଉଆସଠୀ ଗ୍ରାମରରୁ ପୂଜାର୍ଚ୍ଚନା କରି ମାଟି ସଂଗ୍ରହ କରିଥିବା ବେଳେ, ପରେ ଅମୃତ କଳସ ଧରି ଅନ୍ୟ ଗାଁ ଯଥା ନଡିଆଳୀ, ଦଲକ୍ ବୁଲି ବୀର ଜବାନ ମାନଙ୍କ ଘରୁ ମାଟି ସଂଗ୍ରହ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଜେପି ନେତାଙ୍କ ସମେତ ବହୁ କର୍ମୀ ଯୋଗ ଦେଇଥିବା ବେଳେ,ହରିନାମ ସହ ,ଭାରତ ମାତାର ଜୟ ଗାନ କରି ଅମୃତ କାଳରେ ଅମୃତ ବାଟିକା ପାଇଁ ମାଟି ସଂଗ୍ରହ କରାଯାଉଥିବା କହିଛନ୍ତି ବିଜେପି ନେତା।