ସେହିଭଳି ଛେଣ୍ତିପଦା ନିର୍ବାଚନ ମଣ୍ଡଳୀ କୋଶଳା ବୀର ଭୂମି ପ୍ରଜାମଣ୍ଡଳ ଆନ୍ଦୋଳନ ମୁକ ସାଖି ମା' ରାମଚଣ୍ଡୀ ମନ୍ଦିରରୁ 'ମୋ ଟି ମୋ ଦେଶ'ର ବୀରକୁ ନମନ ଓ ବନ୍ଦନ କାର୍ଯ୍ୟକ୍ରମ କରାଯାଇଛି । ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଗାଁର ସ୍ବାଧୀନତା ସଂଗ୍ରାମୀ ମାନଙ୍କ ଘର, ଦେବାଳୟ ଯାଇ ଏକ କଳସରେ ମାଟି ସଂଗ୍ରହ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଗସ୍ତି ବେହେରା, ପୂର୍ବତନ ଜିଲ୍ଲା ପରିସଦ ସଦସ୍ୟ ବିଜୟଲକ୍ଷ୍ମୀ ଗଡନାୟକ, କୋଶଳା ମଣ୍ଡଳ ସଭାପତି ଧୁବେଇ ସାହୁ ପ୍ରମୁଖ ଯୋଗ ଦେଇ ସଗ୍ରାମୀ ବିରତ୍ବ ଗାଥା ଗାଇବା ସହ ସଂଗ୍ରାମୀ ପରିବାର ବର୍ଗକୁ ସମ୍ମାନିତ କରିଥିଲେ ।
ସେହିଭଳି ତାଳଚେର ନିର୍ବାଚନ ମଣ୍ଡଳୀରୁ 'ମୋ ଟି ମୋ ଦେଶ'ର ବୀରକୁ ନମନ ଓ ବନ୍ଦନ କାର୍ଯ୍ୟକ୍ରମରେ ୧୫ଜଣ ସ୍ବାଧୀନତା ସଂଗ୍ରାମୀଙ୍କ ଘରୁ ମାଟି ସଂଗ୍ରହ ହୋଇଛି । ଏହି କାର୍ଯ୍ୟକ୍ରମରେ ତାଳଚେର ନିର୍ବାଚନ ମଣ୍ଡଳୀ ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ କାଳନ୍ଦୀ ସାମଲ , କଣିହାଁ ମଣ୍ଡଳ ସଭାପତି ଦେବେନ୍ଦ୍ର ବାରିକ, କଣିହାଁ ସରପଞ୍ଚ ପ୍ରମୁଖ ଯୋଗ ଦେଇ ସଗ୍ରାମୀ ବିରତ୍ବ ଗାଥା ମନେ ପକେଇବା ସହ ସଂଗ୍ରାମୀ ପରିବାର ବର୍ଗକୁ ସମ୍ମାନିତ କରିଥିଲେ ।
ସେହିଭଳି ଅନୁଗୁଳ ଜିଲ୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀର କୁମୁରୁସିଂହା ପଞ୍ଚାୟତରେ ମଧ୍ୟ 'ମୋ ମାଟି ମୋ ଦେସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଶହୀଦ ଦିବାକର ଦେହୁରୀଙ୍କ ଘରେ ପହଞ୍ଚିଥିଲା 'ମୋ ମାଟି ମୋ ଦେଶ'ର ରଥ । ଏହି ଅବସରରେ ଶହୀଦଙ୍କ ଦାୟାଦଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା । ପରେ ପରେ ପାତେଳି ଗାଁରେ ଏକ ଆଧ୍ୟାତ୍ମିକ ପରିବେଶରେ ସଂକୀର୍ତ୍ତନ ମଣ୍ଡଳୀ ଓ ଗ୍ରାମବାସୀ ରଥକୁ ପାଛୋଟି ନେଇଥିଲେ । ବିଜେପି ନେତା ପ୍ରତାପ ଚନ୍ଦ୍ର ପ୍ରଧାନ, ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ତ୍ଵରାନ୍ବିତ ହୋଇ ଥିଲା । ପରେ ଏହି ରଥ ଦେଶ କୁମୁରୁସିଂହା ଗାଁରେ ପହଞ୍ଚି ଥିଲା । ଉଭୟ ଗାଁରୁ ବିଭିନ୍ନ ଘରୁ ଦିଲ୍ଲୀରେ ନିର୍ମିତ ହେବାକୁ ଥିବା ଅମୃତ ବାଟୀକା ପାଇଁ ମାଟି ସଂଗହ କରାଯାଇଥିଲା ।
ସେହିଭଳି ଆଜି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନରେ ବିଜେପିର ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ରନାରାୟଣ ପାଣିଙ୍କ ନେତୃତ୍ୱରେ ଆଜି 'ମୋ ମାଟି ମୋ ଦେଶ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଥମେ କନ୍ତିଓପୁଟ ସାହି ଗାଁରେ ପୂଜା ଅର୍ଚ୍ଚନା କରିଥିଲେ । ପରେ, ଅମୃତ କଳସ ରଥ ଗ୍ରାମ ପରିକ୍ରମା ପାଇଁ ବାହାରି ଥିଲା । ଏହି ପରିକ୍ରମାରେ ମହିଳା ସଂକୀର୍ତ୍ତନ ମଣ୍ଡଳୀ ଓ ବିଜେପି ନେତା ତ୍ରିରଙ୍ଗା ପତାକା ଧରି ସ୍ୱାଧୀନତା ସଂଗ୍ରାମୀଙ୍କ ଜୟଗାନ କରି ଗ୍ରାମ ପରିକ୍ରମା କରିଥିଲେ । ସେଠାରୁ ମାଟି ସଂଗ୍ରହ ପରେ, ଏହି ଅମୃତ କଳସ ପହଞ୍ଚିଥିଲା ଜକା ଗ୍ରାମରେ । ସେଠାରେ ଗ୍ରାମବାସୀଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ କରି ଏହି ରଥକୁ ପାଛୋଟି ନେଇଥିଲେ ।