Odisha Parba | ଓଡ଼ିଶା ପର୍ବ ମଞ୍ଚରେ ଶାଶ୍ଵତ ଯୋଶୀଙ୍କ ମନମୁଗ୍ଧକର ନୃତ୍ୟ
ଅନଲାଇନ୍ କ୍ଲାସ୍ କରୁଥିବା ବେଳେ ଫାଟିଲା ମୋବାଇଲ, ଛାତ୍ରୀ ଆହତ
ପୁରୀ: ମହଙ୍ଗା ପଡ଼ିଲା ଅନଲାଇନ୍ କ୍ଲାସ୍ । ଅନଲାଇନ୍ରେ ପାଠ ପଢ଼ୁଥିବା ବେଳେ ଛାତ୍ରୀଙ୍କ ହାତରେ ଫାଟିଲା ମୋବାଇଲ୍ । ଏମିତି ଏକ ଦୁର୍ଘଟଣା ଘଟିଛି ପୁରୀ ଜିଲ୍ଲା ବାଲିଘାଇର ଆଦର୍ଶନଗର ଅଞ୍ଚଳରେ ।
ଆଦର୍ଶନଗରର ବିଦ୍ୟାଧର ପଲାଇଙ୍କ ଝିଅ ରୁପସା ପଲାଇ ସପ୍ତମ ଶ୍ରେଣୀର ଛାତ୍ରୀ । ତେବେ କରୋନା ମହାମାରୀ ପାଇଁ ସାରା ଦେଶ ତଥା ରାଜ୍ୟରେ ଲକ୍ଡାଉନ୍ ଚାଲିଥିବା ବେଳେ ଅନଲାଇନ୍ରେ ପଢ଼ୁଛନ୍ତି ଛାତ୍ରଛାତ୍ରୀ ।
ଆଜି ରୁପସା ଅନଲାଇନ୍ରେ କ୍ଲାସ୍ କରୁଥିବା ବେଳେ ହଠାତ ତାଙ୍କ ହାତରେ ହିଁ ଫାଟିଥିଲା ମୋବାଇଲ । ଏଥିରେ ଆହତ ହୋଇଛନ୍ତି ରୁପସା । ତେବେ ମୋବାଇଲଟି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ରୁପସାଙ୍କ ହାତରେ ଆଘାତ ଲାଗିଥିବା ଜଣାପଡ଼ିଛି ।
Download Argus News App
