୨ ଜଣ ମୋବାଇଲ ଲୁଟେରା ଯାଜପୁର ଅଞ୍ଚଳର ବୋଲି ସୂଚନା ମିଳିଛି । ସିମୁଳିଆ ଥାନା ଅଧିନ ବାଟି ଗାଁର ମାନସ ଦାସ ନାମକ ଯୁବକ ମାର୍କୋଣା ବଜାରରେ ଏକ ଫଳ ଦୋକାନ ଆଗରେ ଛିଡ଼ା ହୋଇଥିବା ବେଳେ ଦୁଇଜଣ ଯୁବକ ଏକ ପଲସର ବାଇକ ଯୋଗେ ଆସି ସେହିଠାରେ ବାଇକଟିକୁ ତଳେ ପକାଇ ଦେଇ ଉଠେଇବାକୁ କହିଥିଲେ ।
ମାନସ ବାଇକଟିକୁ ଉଠାଇବା ସମୟରେ ଜଣେ ଦୁର୍ବୁତ୍ତ ତାଙ୍କ ପକେଟରୁ ମୋବାଇଲଟିକୁ କାଢି ନେଇଥିଲା । ସ୍ଥାନୀୟ ଲୋକେ ଦେଖି ଦୁଇ ଲୋଟେରାଙ୍କୁ କାବୁକରି ହାତକୁ ବାନ୍ଧି ନିର୍ଧୁମ ଛେଚିବା ସହିତ ପୋଲିସକୁ ଜିମା ଦେଇଥିଲେ । ପୋଲିସ ବାଇକଟିକୁ ଜବତ କରିବା ସହିତ ୨ଲୁଟେରାଙ୍କୁ ଅଟକ ରଖି ସିମୁଳିଆ ମେଡିକାଲରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ଅଧିକ ତଦନ୍ତ ଚଳାଇଛି ।