ସାଙ୍ଗରେ ଥିବା ଅନ୍ୟ ଜଣେ ମୋବାଇଲ ଲୁଟେରାକୁ ସ୍ଥାନୀୟ ଦୋକାନୀ ମାନେ ଧରି ପୋଲିସର ଜିମା ଦେଇଛନ୍ତି । ଇମ୍ଫୋସିଟି ଥାନା ପୋଲିସ ଦୁଇ ମୋବାଇଲ ଲୁଟେରାଙ୍କୁ ପଚରା ଉଚୁରା ଜାରି ରଖିଛି । ଲୁଟେରା ମାନେ ବ୍ୟବହାର କରୁଥିବା ବାଇକ୍ କୁ ଜବତ କରିଛି ପୋଲିସ । ବିଭିନ୍ନ କୌଶଳ ମାଧ୍ୟମରେ ଲୁଟେରାମାନେ ଦିନ ଦ୍ୱିପ୍ରହରରେ ଚୋରୀ କରୁଥିବା ଦେଖିବାକୁ ମିଳିଛି। ତେବେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।
ଧରା ପଡିଲା ମୋବାଇଲ ଲୁଟେରା, ପୋଲିସର ତଦନ୍ତ ଜାରି

ଅର୍ଗସ ବ୍ୟୁରୋ: ଦିନକୁ ଦିନ ରାଜଧାନୀରେ ଯେଉଁଭଳି ଭାବରେ ଚୋରୀ ହେଉଛି, ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜଧାନୀବାସୀ କେତେ ସୁରକ୍ଷିତ ତାକୁ ନେଇ ପ୍ରଶ୍ନ ଉଠୁଥିବାବେଳେ ଜଣେ ଝିଅର ସାହସିକତା ଦେଖିବାକୁ ମିଳିଛି। ରାଜଧାନୀରେ ଯୁବତୀଙ୍କ ସାହସିକତା ଇମ୍ଫୋସିଟି ଥାନା ଅଧୀନରେ ଜଣେ ମୋବାଇଲ ଚୋରଙ୍କୁ ଗୋଡେଇ ଗୋଡେଇ ଧରିଲେ ଜଣେ ଯୁବତୀ ।
Download Argus News App
