ସେଥିପାଇଁ କରାଯାଉଛି ଆଗୁଆ ପ୍ରସ୍ତୁତି । ଏହି ବାତ୍ୟା ଆଶ୍ରୟସ୍ଥଳୀରେ OSDMA ପକ୍ଷରୁ ଦିଆଯାଉଛି ଟ୍ରେନିଂ । ସୁନାମି ଆସିଲେ ଉପକୂଳିଆ ଲୋକ କେମିତି ସୁରକ୍ଷିତ ରହିବେ ସେ ଉପରେ ଦିଆଯାଉଛି ଟ୍ରେନିଂ । ଲୋକଙ୍କ ସଚେତନତା କୁ ଗୁରୁତ୍ୱ ଦେଇଛି ପ୍ରଶାସନ । 6ଟି ରେଡ଼ କ୍ରସ ସେଣ୍ଟରର କରାଯାଇଛି ମକଡ୍ରିଲ । ଏହି କାର୍ଯ୍ୟକ୍ରମରେ ବିଡ଼ିଓ ଓ ସ୍ଥାନୀୟ ସରପଞ୍ଚଙ୍କ ସହିତ ସାଧାରଣ ଲୋକମାନେ ଯୋଗଦାନ କରିଥିଲେ ।
ସମୁଦ୍ର ଉପକୂଳବର୍ତୀ ଅଞ୍ଚଳରେ ଚାଲିଛି ମକଡ୍ରିଲ

ଭଦ୍ରକ: ସମୁଦ୍ର ଉପକୂଳବର୍ତୀ ଅଂଚଳରେ ବିପର୍ଯ୍ୟୟ ସମୟରେ ଲୋକଙ୍କୁ ସୁରକ୍ଷିତ ଉଧାର ନେଇ ଚାଲିଛି ମକଡ୍ରିଲ । କାହାକୁ ଲୀପଟିଙ୍ଗ କରାଯାଉଛି ତ କାହାକୁ ଷ୍ଟ୍ରେଚର ରେ ବହି ନେଉଛନ୍ତି ଅଗ୍ନିଶମ ବିଭାଗର କର୍ମଚାରୀ ମାନେ । ଆପଣ ଦେଖୁଥିବା ଦୃଶ୍ୟ ସୁନାମି ସତର୍କତା ପାଇଁ ଚାଲିଛି ଅଭ୍ୟାସ । ବାସୁଦେବପୁର ବ୍ଲକ ର ମୋହନପୁର ଆଡ଼ିଆ ରେଡ଼କ୍ରସ ସେଣ୍ଟରରେ ସୁନାମି ସତର୍କତା ଉପରେ କେମିତି ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିହେବ ସେ ଉପରେ କରାଯାଉଛି ମକଡ୍ରିଲ ।
Download Argus News App
