କୋରୋନା ବିରୁଦ୍ଧ ଲଢେଇରେ ବିଜୟର ମୋଦି ମନ୍ତ୍ର
ପୁରୀ: ପୁରୀ ଶ୍ରୀମନ୍ଦିରରେ କୋଭିଡ୍ କଟକଣା ଲାଗୁ କରିବା ନେଇ ଆଜି ପୋଲିସର ମକଡ୍ରିଲ ହୋଇଛି । ଏସପିଙ୍କ ନେତୃତ୍ୱରେ ପୋଲିସ ପକ୍ଷରୁ କରାଯାଉଛି କୋଭିଡ କଟକଣାର ଯାଞ୍ଚ । ଶ୍ରୀମନ୍ଦିର ଭିତରେ ଦର୍ଶନ ସମୟରେ ସାମାଜିକ ଦୂରତା ରକ୍ଷା, ସାନିଟାଇଜର ବ୍ୟବହାର ଓ ପାର୍ଶ୍ୱଦେବାଦେବୀଙ୍କୁ ସ୍ପର୍ଶ ନକରିବା ପାଇଁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି ।
ସେପଟେ ବାହାର ରାଜ୍ୟରୁ ପର୍ଯ୍ୟଟକ ଆସିଲେ RT-PCR ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ଅଧିକ ସଂକ୍ରମିତ ମହାରାଷ୍ଟ୍ର, ପଞ୍ଜାବ, ଛତିଶଗଡ଼, କେରଳ ଓ ଗୁଜରାଟ ସମେତ ୧୨ଟି ରାଜ୍ୟରୁ ପର୍ଯ୍ୟଟକଙ୍କ ପାଇଁ ଜାରି ହୋଇଛି କଟକଣା । ଏସବୁ ରାଜ୍ୟରୁ ଆସିଲେ ୭୨ ଘଣ୍ଟା ପୂର୍ବର RT-PCR ଟେଷ୍ଟର ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି ।
ଯେଉଁ ପର୍ଯ୍ୟଟକମାନେ ସାଙ୍ଗରେ ନେଗେଟିଭ ରିପୋର୍ଟ ଆଣି ନ ଥିବେ ସେମାନଙ୍କୁ ୭ ଦିନ ହୋମ ଆଇସୋଲେସନରେ ରହିବାକୁ ପଡ଼ିବ ।